ଭୁବନେଶ୍ବର: ବାତ୍ୟା ଫନିର କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଫନି ବାତ୍ୟା ପ୍ରଭାବରେ ୧୪ଟି ଜିଲ୍ଲାର ପ୍ରାୟ ୭.୮୭ ଲକ୍ଷ ଘର ଭାଙ୍ଗି ଥିବା ନେଇ ଚିଠିରେ ଦର୍ଶାଇଛନ୍ତି ସିଏମ ।
ଫନି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଦିଆଯାଉ ବୋଲି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କ୍ଷତିଗ୍ରସ୍ତଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଚିଠିରେ ଦର୍ଶାଯାଇଛି । ଏହାଦ୍ବାରା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିଳିପାରିବ ।
ଫନିରେ କ୍ଷତିଗ୍ରସ୍ତ ହୋଇଥିବା ୧୬ ଜିଲ୍ଲାରେ ୬.୦୭ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଉ ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି । ଏମାନଙ୍କ ପାଇଁ ଜିଓ-ଟ୍ୟାଗ ଦ୍ଵାରା ଓ୍ଵିଣ୍ଡୋ ଆପ୍ ଖୋଲିବା ଦାବି କରିଛନ୍ତି ନବୀନ । ଯାହା ଦ୍ବାରା ଲୋକେ ଆବେଦନ କରିପାରିବେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ