ETV Bharat / city

ଅନ୍ତର୍ଜାତୀୟ Guangzhou ଆୱାର୍ଡରେ ସମ୍ମାନୀତ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ଓଡ଼ିଶାକୁ ଅନ୍ତର୍ଜାତୀୟ ଗୁଆଞ୍ଜୁ ଆୱାର୍ଡ

ଓଡ଼ିଶାକୁ ମିଳିଲା ଅନ୍ତର୍ଜାତୀୟ ଗୁଆଞ୍ଜୁ ଆୱାର୍ଡ । ଅନଲାଇନ୍‌ ଲୋକପ୍ରିୟ ସହର ବିଭାଗରେ ଏହି ପୁରସ୍କାର ଓଡ଼ିଶା ପ୍ରାପ୍ତ କରିଛି । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ ଗୁଆଞ୍ଜୁ ଆୱାର୍ଡରେ ସମ୍ମାନୀତ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Nov 12, 2021, 10:49 PM IST

ଭୁବନେଶ୍ବର: ଓଡ଼ିଶାକୁ ମିଳିଲା ଅନ୍ତର୍ଜାତୀୟ ଗୁଆଞ୍ଜୁ ଆୱାର୍ଡ (Guangzhou) । ଅନଲାଇନ୍‌ ଲୋକପ୍ରିୟ ସହର ବିଭାଗରେ ଏହି ପୁରସ୍କାର ଓଡ଼ିଶା ପ୍ରାପ୍ତ କରିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ସୂଚନା ଦେବା ସହ ଗୃହ ଉନ୍ନୟନ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, "ଗୃହ ଉନ୍ନୟନ ବିଭାଗକୁ ମୋର ଶୁଭେଚ୍ଛା । ଓଡ଼ିଶାକୁ ପଞ୍ଚମ ଗୁଆଞ୍ଜୁ ଆୱାର୍ଡ ସମ୍ମାନିତ କରାଯାଇଛି । ସହର ନବୀକରଣ, ଲୋକଙ୍କ ସାମାଜିକ ଓ ଆର୍ଥିକ ଜୀବନ ସହ ପରିବେଶ ସଂରକ୍ଷଣକୁ ରାଜ୍ୟରେ ସହର ଗୁଡ଼ିକରେ ଧ୍ୟାନ ଦିଆଯାଇଛି । ସହରାଞ୍ଚଳରେ ଦିନ ମଜୁରିଆଙ୍କ ନିଯୁକ୍ତି ପଦକ୍ଷେପ ପାଇଁ ଓଡିଶାକୁ ପୁରସ୍କୃତ କରାଯାଇଛି। "

ସହର ନବୀକରଣ ପାଇଁ ଆନ୍ତର୍ଜାତିକ ଗୁଆଞ୍ଜୁ ଆୱାର୍ଡ ପ୍ରଦାନ କରାଯାଉଛି । ଏହି ପୁରସ୍କାର ପାଇଁ ସହରରେ ବାସ କରୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକ ଜୀବନଜୀବିକା ପ୍ରଣାଳୀକୁ ଧ୍ୟାନ ଦିଆଯାଇଥାଏ । ସହର ଏବଂ ଏହାର ଆଖପାଖ ଅଞ୍ଚଳର ପରିବେଶର ସ୍ଥିରତା ନାଗରିକଙ୍କ ସମୃଦ୍ଧ ଜୀବନ ଶୈଳୀକୁ ଆଗକୁ ବଢ଼ାଇବା ପାଇଁ ଏଭଳି ପୁରସ୍କାର ବିତରଣ କରାଯାଉଛି । ଏହି କ୍ରମରେ ଓଡ଼ିଶାକୁ ଆଜି(ଶୁକ୍ରବାର) ଏହି ପୁରସ୍କାର ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.