ଭୁବନେଶ୍ବର: ଅତିରିକ୍ତ ତହସିଲଦାରଙ୍କ ଚିକିତ୍ସା ପାଇଁ ଅର୍ଥ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଖନପୁରର ଅତିରିକ୍ତ ତହସିଲଦାର ମାନସ ରାୟଙ୍କ ଚିକିତ୍ସା ପାଇଁ ବୁଧବାର ୧୦ ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
କୋଭିଡ଼ ସଂକ୍ରମଣ ଯୋଗୁଁ ଲଖନପୁରର ଅତିରିକ୍ତ ତହସିଲଦାର ମାନସ ରାୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ମାନସ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣ ଯୋଗୁଁ ତାଙ୍କର ଫୁସଫୁସ ପ୍ରଭାବିତ ହୋଇଥିବାରୁ ତାଙ୍କୁ ଏକମୋ ସପୋର୍ଟରେ ରଖାଯାଇଛି । ମୁଖ୍ୟମନ୍ତ୍ରୀ ମାନସଙ୍କୁ ଆର୍ଥିକ ସହାୟତା ମଞ୍ଜୁର କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ