ETV Bharat / city

କୋରୋନା ସତର୍କତା: ମାର୍ଚ୍ଚ 31 ଯାଏଁ କଟକଣା, ରାଜ୍ୟ ବିପର୍ଯ୍ୟୟ ଘୋଷଣା - ମାର୍ଚ୍ଚ 31 ଯାଏଁ କଟକଣା

କୋରୋନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଜାରି କଲେ କଡା କଟକଣା । ମୁକାବିଲା ପାଇଁ 2ଶହ କୋଟି ମଞ୍ଜୁରୀ । ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ସରଞ୍ଜାମ ସହ ସଜାଗ ରହିବାକୁ ନିର୍ଦ୍ଦେଶ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ସତର୍କତା
କୋରୋନା ସତର୍କତା
author img

By

Published : Mar 13, 2020, 6:23 PM IST

Updated : Mar 13, 2020, 6:59 PM IST

ଭୁବନେଶ୍ବର: କୋରୋନା ଭୟରେ ଭୟଭୀତ ସାରା ବିଶ୍ବ । ମୁକାବିଲା ପାଇଁ ସବୁଠି ଉଦ୍ୟମ ଜାରି । କେଉଁଠି କଟକଣା ତ କେଉଁଠି ସତର୍କତା । ଏହାସହ ମହାମାରୀ କୋରୋନା ବଢିବାରେ ଲାଗିଛି । କୋଭିଡ-19ର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତିକୁ ବ୍ୟାପକ କରିଛନ୍ତି । ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ବିପର୍ଯ୍ୟୟ ପ୍ରଶମନ ଆଇନ 2005 ଅନୁସାରେ କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟକୁ କୋରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ସ୍କୁଲ, କଲେଜ, ଜିମ, ସୁଇମିଂ ପୁଲକୁ ମାର୍ଚ୍ଚ ଶେଷ ଯାଏଁ ବନ୍ଦ ରଖାଯିବ । ଏହାସହ ଆବଶ୍ୟକୀୟ ଔଷଧ, ମାସ୍କ, ସରଞ୍ଜାମ ମହଜୁଦ ରଖିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ମାର୍ଚ୍ଚ 31 ଯାଏଁ କଟକଣା, ରାଜ୍ୟ ବିପର୍ଯ୍ୟୟ ଘୋଷଣା

ସେହିଭଳି ସାମାଜିକ, ଧାର୍ମିକ, ସଭା, ସମିତିକୁ ଯଥା ସମ୍ଭବ କମ କରିବା ପାଇଁ ପରାମର୍ଶ ଦିଆଯାଇଛି । କୋରୋନା ମୁକାବିଲା ପାଇଁ ମିଶନ ମୋଡରେ କାର୍ଯ୍ୟ ଆରମ୍ଭ ହେବ । ମନ୍ତ୍ରୀ ସଚିବ ସ୍ତରରେ କମିଟି ଗଠନ ହେବ । ଅନ୍ୟପଟେ କୋରୋନା ସତର୍କତା ସ୍ବରୂପ ବିଧାନସଭାକୁ ମଧ୍ୟ ମାର୍ଚ୍ଚ 29 ଯାଏଁ ସ୍ଥଗିତ ରଖାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ବି ବନ୍ଦ ରହିବ । ଅଭିଯୋଗକାରୀମାନେ ଅନଲାଇନ ଯୋଗେ ଅଭିଯୋଗ ଦାଖଲ କରିପାରିବେ ।

କୋରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଆତଙ୍କିତ ନହେବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କୋରୋନାକୁ ନେଇ କୌଣସି ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାଇ ଦେଇଛନ୍ତି । ବିଧାନସଭା ଅଧିବେଶନ ସ୍ଥଗିତ ହେବାପରେ ଅପରାହ୍ନରେ ବିଧାନସଭା ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧ୍ୟକ୍ଷତା କରି କୋରୋନା ଭୟାବହତା ସମ୍ପର୍କରେ କହିବା ସହ ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ, ସମସ୍ତ ବିଧାୟକ ଓ ସଚିବ ଉପସ୍ଥିତ ଥିଲେ । ପରେ ବିଧାନସଭା ପରିସରରେ ଏକ ସାର୍ବଜନୀନ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 13, 2020, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.