ETV Bharat / city

ବାତ୍ୟା ମୁକାବିଲା: ଅପରାହ୍ନରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା

author img

By

Published : May 25, 2021, 1:57 PM IST

ବାତ୍ୟା ୟସ୍‌କୁ ନେଇ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ଅଧିକ ପଢନ୍ତୁ...

ବାତ୍ୟା ମୁକାବିଲା: ଅପରାହ୍ନରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା
ବାତ୍ୟା ମୁକାବିଲା: ଅପରାହ୍ନରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା

ଭୁବନେଶ୍ବର: ସ୍ଥଳଭାଗକୁ ମାଡି ଆସୁଛି ଭୟଙ୍କର ବାତ୍ୟା ୟସ୍‌ । ଏଥିଲାଗି ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିବେ । ତେବେ ଅପରାହ୍ନ ସାଢେ 5ଟାରେ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡିଛି ।

ଭିସି ଜରିଆରେ ଏହି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ରହିବେ । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ, ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ସ୍ବତନ୍ତ୍ର ଦାୟିତ୍ବରେ ଯାଇଥିବା ଆଇଏଏସ ଓ ଆଇପିଏସ ଅଧିକାରୀମାନେ ଉପସ୍ଥିତ ରହିବେ ।

ବାତ୍ୟା ୟସ୍‌ର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ ବର୍ତ୍ତମାନ ବାତ୍ୟା ଭିତରକନିକା, ଧାମରା କିମ୍ବା ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି । ବାତ୍ୟା ପ୍ରଭାବରୁ ଆଜି ରାଜ୍ୟର ଅଧିକ ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଥିବା ବେଳେ ଜଗତସିଂହପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.