ETV Bharat / city

ସଂନ୍ଧ୍ୟା 5:30 ରେ କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

author img

By

Published : Apr 20, 2021, 1:25 PM IST

ଆଜି(ମଙ୍ଗଳବାର) ସଂନ୍ଧ୍ୟା ୫ଟା ୩୦ରେ ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କ’ଣ କଲେ କୋରୋନାକୁ ମାତ୍ ଦିଆଯାଇ ପାରିବ ସେନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଅଧିକ ପଢନ୍ତୁ...

ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏନେଇ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି(ମଙ୍ଗଳବାର) ସଂନ୍ଧ୍ୟା ୫ଟା ୩୦ରେ ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କ’ଣ କଲେ କୋରୋନାକୁ ମାତ୍ ଦିଆଯାଇ ପାରିବ ସେନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।

କୋରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ହୁ ହୁ ବଢୁଛି କୋଭିଡ ସଂକ୍ରମଣ । ପ୍ରତ୍ୟେକ ଦିନ ପ୍ରାୟ 5 ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଚିନ୍ତାରେ ରାଜ୍ୟ ସରକାର। ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି । ପର୍ଯ୍ୟାୟ କ୍ରମେ ରାଜ୍ୟରେ ବିଭିନ୍ନ କଟକଣା ଲଗାଉଛନ୍ତି ରାଜ୍ୟ ସରକାର । ନାଇଟ କର୍ଫ୍ୟୁ, ସଟଡାଉନ ରାଜ୍ୟକୁ ଫେରିଛି ।

ଏହି କଟକଣାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବା ଆରମ୍ଭ ହୋଇଛି । କୋଭିଡକୁ ପ୍ରତିହତ କରିବା ଲାଗି ଗ୍ରାଉଣ୍ଡରେ ଆଗକୁ କଣ ପଦକ୍ଷେପ ନିଆଯାଇପାରିବ । ସେପଟେ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ରାଜ୍ୟ ସରକାର । ସଚେତନ ଲାଗି ନିୟମିତ ଭାବେ ମିଡ଼ିଆ ଓ ସୋସିଆଲ ମିଡ଼ିଆର ସହାୟତା ନେଉଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ନିୟମିତ ମାସ୍କ ବ୍ୟବହାର କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଟ୍ବିଟ ମାଧ୍ୟମରେ ଲୋକମାନଙ୍କୁ ନିବେଦନ କରୁଛନ୍ତି ।

ନବୀନ କହିଛନ୍ତି, ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ହିଁ ଆମକୁ କରୋନାରୁ ସୁରକ୍ଷିତ କରିବ ବୋଲି ଟ୍ବିଟ୍ ଯୋଗେ ଜନତାଙ୍କୁ ନିବେଦନ କରୁଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.