ETV Bharat / city

Chopper Crash: ଗ୍ରୁପ କ୍ୟାପଟେନ ବରୁଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ - ବରୁଣ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଚିକିତ୍ସାଧୀନ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁ । ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ

IAF Helicopter Crash: ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

author img

By

Published : Dec 15, 2021, 4:27 PM IST

ଭୁବନେଶ୍ବର: ସିଡିଏସଙ୍କୁ ନେଇ ଯାତ୍ରା କରୁଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜୀବିତ ଉଦ୍ଧାର ହୋଇ ଚିକିତ୍ସାଧୀନ ଥିବା ବାୟୁସେନା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦୁଖଃ ପ୍ରକାଶ କରିବା ସହ ବରୁଣଙ୍କ ସମେତ ସମସ୍ତ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଟ୍ବିଟ କରିଛନ୍ତି ।

  • Deeply saddened by the demise of Group Captain #VarunSingh, the lone survivor from the chopper crash which killed 13 Defence personnel including Chief of Defence Staff, General Bipin Rawat. My thoughts and prayers are with the bereaved families in this hour of grief.

    — Naveen Patnaik (@Naveen_Odisha) December 15, 2021 " class="align-text-top noRightClick twitterSection" data=" ">

ହେଲିକପ୍ଟରରେ ସିଡିଏସ ରାଓ୍ବତ ଦମ୍ପତିଙ୍କ ସମେତ ମୋଟ ୧୪ଜଣ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଦିନ ହିଁ ୧୩ଜଣ ପ୍ରାଣ ହରାଇଥିଲେ । ତେବେ ଗ୍ରୁପ କ୍ୟାପଟେନ ବରୁଣଙ୍କୁ ଜୀବିତ ତଥା ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସେନା ହସ୍ପିଟାଲରୁ ବେଙ୍ଗାଲୁରୁକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲ ।

ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- IAF Helicopter Crash: ଜୀବନ ଯୁଦ୍ଧରେ ହାରିଗଲେ କ୍ୟାପଟନ ବରୁଣ ସିଂହ

ଗତ ୮ ତାରିଖରେ ତାମିଲନାଡୁ କୁନ୍ନୁର ନୀଳଗିରି ଜିଲ୍ଲାରେ ଘଟିଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜି ଚିକିତ୍ସାଧୀନ କ୍ୟାପଟେନ ବରୁଣଙ୍କ ମୃତ୍ୟୁ ହେବା ପରେ ବାୟୁସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.