ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ରାଜ୍ୟ ନେଲା ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ

ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା । ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ଅଭିଯୋଗ ଆସୁଥିଲା । ଯାହାକୁ ନେଇ ଦୀର୍ଘ କିଛି ବର୍ଷ ହେଲା ବାଦବିବାଦ ଲାଗି ରହିଥିଲା । ଏନେଇ ରାଜ୍ୟ ସରକାର ମଧ୍ୟ ଚିଠି ଲେଖି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ । ଅଧିକ ପଢନ୍ତୁ

author img

By

Published : May 12, 2022, 7:08 PM IST

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଅବିଭକ୍ତ ଢେଙ୍କାନାଳ ଜିଲ୍ଲାବାସୀଙ୍କ ଲାଗି ଖୁସି ଖବର । ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସଚିବ ଏମସିଏଲ ଚେୟାରମ୍ୟାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା । ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ଅଭିଯୋଗ ଆସୁଥିଲା । ଯାହାକୁ ନେଇ ଦୀର୍ଘ କିଛି ବର୍ଷ ହେଲା ବାଦବିବାଦ ଲାଗି ରହିଥିଲା । ଏନେଇ ରାଜ୍ୟ ସରକାର ମଧ୍ୟ ଚିଠି ଲେଖି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ ।

ହେଲେ ଏନେଇ କିଛି ଅଗ୍ରଗତି ନହେବାରୁ ଶେଷରେ ରାଜ୍ୟ ସରକାର ମେଡିକାଲ କଲେଜର ପରିଚାଳନା ଭାର ନେଇଛନ୍ତି । ଏମସିଏଲ କେବଳ ଆର୍ଥିକ ସହଯୋଗ କରିବ । ମେଡିକାଲ କଲେଜର ପରିଚାଳନା ଓ ପ୍ରଶାସନିକ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମେଡିକାଲ କଲେଜର ପ୍ରଶାସନିକ ଓ ପରିଚାଳନା ବାବଦକୁ ବ୍ୟୟ ଆକଳନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ ।

ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର 20 ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ । ଏମସିଏଲ ନିର୍ମାଣ ବାବଦ ଖର୍ଚ୍ଚ ବହନ କରିଥିଲେ । 2015 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ରଖିଥିଲେ । 5 ଶହ କୋଟି ଟଙ୍କା ଖର୍ଚ୍ଚରେ 100 ବେଡ ବିଶିଷ୍ଟ ମେଡିକାଲ କଲେଜର ନିର୍ମାଣ କାମ ସରିଛି । ହେଲେ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇପାରିନଥିଲା । ରାଜ୍ୟ ସରକାର ଏହାର ଦାଇତ୍ବ ନେବା ପରେ ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ଲୋକେ ବିଶେଷ ଭାବେ ଉପକୃତ ହେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.