ETV Bharat / city

ସରକାରଙ୍କ ଫୋକସରେ ଛୋଟ ସହର: ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ - cm naveen inaugurates bus terminal

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ ରାଜ୍ୟର ବିକାଶ ସମ୍ପୂର୍ଣ୍ଣ କରିବାକୁ ହେଲେ ଛୋଟ ସହରକୁ ଦେବାକୁ ହେବ ଗୁରୁତ୍ବ । ଅଧିକ ପଢନ୍ତୁ...

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 12, 2021, 8:56 PM IST

Updated : Aug 12, 2021, 9:33 PM IST

ଭୁବନେଶ୍ବର: ରାଜ୍ୟର ବିକାଶ କରିବାକୁ ହେଲେ ଛୋଟ ଛୋଟ ସହରକୁ ଅଧିକ ଗୁରୁତ୍ବ ଦେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଗପହଣ୍ଡିରେ ଏକ କଟନ ଜିନିଙ୍ଗ ପ୍ରୋସେସିଂ ମିଲ୍‌ ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ସରକାରଙ୍କ ଫୋକସରେ ଛୋଟ ସହର: ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛୋଟ ଛୋଟ ଟାଉନ୍‌ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍‌ ସୁବିଧା ସହିତ ପିଇବା ପାଣିର ବ୍ୟବସ୍ଥା ଉପରେ ଆମେ ଗୁରୁତ୍ବ ଦେଉଛୁ । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଆଜି ବସ୍‌ ଟର୍ମିନାଲ ମଧ୍ୟ ଉଦ୍‌ଘାଟିତ ହେଲା । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନର ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ତୁଳା ଜିନିଙ୍ଗ ମିଲ୍‌ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ । ଏହା ଆମର କପା ଚାଷୀ ମାନଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ (crop diversification) ପାଇଁ ପ୍ରେରଣା ଦେବ । ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି ସେ କହିଛନ୍ତି ।

ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରା ଯାଉଥିବାବେଳେ ଏବେ ଏହାର ପରିମାଣ ୫୦୦୦ ହେକ୍ଟରେ ପହଞ୍ଚିଛି । ପୂର୍ବରୁ ୪ କ୍ବିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ଅମଳ ପରିମାଣ ୪୪ କ୍ବିଣ୍ଟାଲ ପହଞ୍ଚିଲାଣି। Cotton Ginning Mill ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀ ମାନଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ । ସେହିପରି ବସ୍‌ ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ ରୁ ୧୫୦ ବସ୍‌ ଚଳାଚଳ ହୋଇପାରିବ । ଏହା ଦ୍ବାରା ଲୋକଙ୍କ ଯାତାୟତରେ ଅନେକ ସୁବିଧା ଆସିପାରିବ ବୋଲି ଜଣାଯାଇଛି ।ଦୁଇଟିଯାକ ପ୍ରକଳ୍ପ ଦିଗପହଣ୍ଡିର ସାମଗ୍ରୀକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦିଗପହଣ୍ଡି ଓ ଗଞ୍ଜାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଲୋକପାତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ଜିଲ୍ଲାପାଳ, ଏସପି, ଲୋକ ପ୍ରତିନିଧି ଉପସ୍ଥିତ ଥିଲେ । ଦିଗପହଣ୍ଡିରେ ହେବ ଇନ୍‌ଡୋର ଷ୍ଟାଡିଅମ ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନିଷ୍ପତ୍ତି କରିଛନ୍ତି । ଏଥିରେ ସାରା ରାଜ୍ୟରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବ । କ୍ରୀଡା ସହିତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ଡାକ୍ତରଖାନା ପରି ମଧ୍ୟ ଏହା କାମ କରିବ । ଦିଗପହଣ୍ଡିରେ ମଧ୍ୟ ଗୋଟିଏ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ସେହିପରି ରାଜ୍ୟର କ୍ରୀଡା ବିକାଶରେ ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।କ୍ରୀଡା ହିଁ ଯୁବସମାଜର ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ । ନିକଟରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷ ପରେ ଅଲମ୍ପିକ୍‌ରେ ମେଡାଲ ଜିତିପାରିଛି । ଆମ ଓଡିଶାର ଦୁଇ ଜଣ ଖେଳାଳୀ ମଧ୍ୟ ଏହି ଟିମ୍‌ରେ ଅଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି ସେ କହିଛନ୍ତି । ‘ଆମର ଯୁବ ସମାଜ ଉପରେ ମୋର ବହୁତ ଭରସା ଅଛି । ମୋର ପୁରା ବିଶ୍ବାସ, ଯୁବ ସମାଜ ହିଁ ଆଗାମୀ ଦିନରେ ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି, ଆମ ଓଡିଶା ପାଇଁ, ସାରା ଦେଶ ପାଇଁ, ସୁନାମ ଆଣିବେ ବୋଲି କହିଛନ୍ତି ନବୀନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 12, 2021, 9:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.