ETV Bharat / city

ସମସ୍ତ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତକର: ମୁଖ୍ୟମନ୍ତ୍ରୀ - ଡ୍ରାଇଭିଙ୍ଗ ଲାଇସେନ୍ସ

ରାଜ୍ୟବାସୀଙ୍କ ସୁବିଧା ପାଇଁ ଅଧିକରୁ ଅଧିକ ଡ୍ରାଇଭିଙ୍ଗ ଲାଇସେନ୍ସ କାର୍ଯ୍ୟାଳୟ ଆରମ୍ଭ କର । ଲୋକଙ୍କ ଜୀବନ ରକ୍ଷା ପାଇଁ ଯାହା ଦରକାର ପଦକ୍ଷେପ ନିଅ । ତୁରନ୍ତ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 26, 2019, 8:42 PM IST

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଉତ୍ତମ ଶାସନ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋରଦାର ଉଦ୍ୟମ କରୁଛନ୍ତି । ଆଜି ପୁଣିଥରେ ରାଜ୍ୟର ସମସ୍ତ ପରିବହନ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିବା ସହ ଦାୟିତ୍ବ ଓ ସରକାରଙ୍କ ଉଦ୍ଦେଶ୍ୟ ବୁଝାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟବାସୀଙ୍କ ଜୀବନ ହେଉଛି ଅମୂଲ୍ୟ । ସଡକ ଦୁର୍ଘଟଣାରେ ହେଉଥିବା ଜୀବନ ହାନୀ ଆମର ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରଭାବିତ କରୁଛି । ରାଜ୍ୟରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ୫ ହଜାର ଲୋକ ପ୍ରାଣ ହରାଉଛନ୍ତି । ମୃତ୍ୟୁବରଣ କରୁଥିବା ମଧ୍ୟରେ ଅଧିକାଂଶ ଯୁବବର୍ଗ । ଯହାଦ୍ବାରା ଆମେ ଦକ୍ଷ ମାନବ ସମ୍ବଳ ହରାଉଛେ ।

ତୁରନ୍ତ ସଡକ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନିଅ । ସମସ୍ତ ପରିବହନ ଅଧିକାରୀ ନିଜ ନିଜ ଭିତରେ ସମନ୍ବୟ ରକ୍ଷାକରି ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ପରିବହନ ବିଭାଗ ଯୋଗାଇ ଦେବ । ନିଶାଗ୍ରସ୍ତ ଗାଡି ଚାଳକଙ୍କୁ ଧରି ଦଣ୍ଡିତ କରିବା ଭଳି କଡା ପଦକ୍ଷେପ ନେବାକୁ ମଧ୍ୟ କହିଛନ୍ତି । ଏହାସହ ବ୍ୟାପକ ଭାବେ ଜନସଚେତନତା କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଖାଲିଏତିକି ନୁହେଁ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ପାଇବାରେ ଲୋକେ ଯେମିତି ସମସ୍ୟାରେ ନପଡନ୍ତି ସେଥିପାଇଁ ଅଧିକରୁ ଅଧିକ ବ୍ୟବସ୍ଥା କରିବାକୁ ସମସ୍ତ ପରିବହନ ଅଧିକାରୀଙ୍କୁ କହିଛନ୍ତି ।

ଏହା ସହ ତୁରନ୍ତ 15 ଦିନ ମଧ୍ୟରେ ରାଜ୍ୟର ସମସ୍ୟ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ସଚିବ, 5ଟି ସଚିବ, ପୋଲିସ ଡିଜିଓ ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରନେସ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆରଟିଓ ମାନଙ୍କ ସହ ନୂଆ ଟ୍ରାଫିକ ନିୟମ ଉପରେ ଆଲୋଚନା କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବୋଲି କହିଛନ୍ତି ।ସଡକ ଦୁର୍ଘଟଣାରେ ହେଉଥିବା ଜୀବନ ହାନୀ ଆମର ସାମାଜିକ ଓ ଓ ଅର୍ଥନୈତିକ ବିକାଶ କୁ ପ୍ରଭାବିତ କରିଥାଏ ।ଓଡ଼ିଶାର ପ୍ରତିବର୍ଷ ୫୦୦୦ ଲୋକ ପ୍ରାଣ ହରାଉଛନ୍ତି ।ମୃତ୍ୟୁବରଣ କରୁଥିବା ମଧ୍ୟରେ ଅଧିକାଂଶ ଯୁବକ ।ତେଣୁ ଏହାକୁ କମ କରିବା ପାଇଁ ଯୋଯନା ବଦ୍ଧ ଭାବରେ ପଦକ୍ଷେପ ନେବାକୁ ପରାମର୍ଶ ଦୈଇଛନ୍ତି ।ଏଥିପାଇଁ ନିଶାଶକ୍ତ ଓ ତୃଟିପୁର୍ଣ୍ଣ ଗାଡି ଚାଳନା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସଡକ ଦୁର୍ଘଟଣା ସମୟରେ ଆହତ ମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ବ୍ଯବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହା ସହ ଆରଟିଓ ଅଫିସ ଗୁଡିକୁ ୧୫ଦିନମଧ୍ୟରେ ଦଲାଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Body:ସେଥିପାଇଁ ଲୋକଙ୍କୁ ସଚେତନ କରାଯାଉ। ସଚେତନ କାମରେ ଅର୍ଥ ବାଧକ ନହେଉ।

ସେ କହିଛନ୍ତି ଯେ ରାଜ୍ୟରେ ତିନି ମାସ ଯାଏ କୋହଳ ଅବଧି ବଳବତ୍ତର ରହିବ। ଡ୍ରାଇଭିଂ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଅଧିକରୁ ଅଧିକ ସୁବିଧା କରାଯାଉ ବୋଲି ଜିଲ୍ଲା ପ୍ରଶାସନ ଓ ଆରଟିଓଙ୍କୁ କହିଛନ୍ତି। Conclusion:ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧ରୁ ନୂତନ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ଏହାକୁ ନେଇ ରାଜ୍ୟରେ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ ଦେଖି ରାଜ୍ୟ ସରକାର ଯାନ ବାହାନ ଯାଞ୍ଚରେ ତିନି ମାସ କୋହଳ କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.