ଭୁବନେଶ୍ବର: ଏକାମ୍ର କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପ ଓ ଲିଙ୍ଗରାଜ ଗବେଷଣା କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀ 5 କୋଟି ଟଙ୍କା ଘୋଷଣା କରିଛନ୍ତି ।
ଲିଙ୍ଗରାଜ ଏଣ୍ଟ୍ରି ପ୍ଳାଜା ପାଖରେ ଏହି ନିର୍ମାଣ ହେବ । ନୂଆ ବିଲ୍ଡିଂରେ ଓ୍ଵାଚ ଟାୱାର ବି ରହିବ । ଖୁବଶୀଘ୍ର ଏହି କାମ ଆରମ୍ଭ କରାଯିବ ।
ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକାମ୍ର କ୍ଷେତ୍ର ପାଇଁ ବି ପ୍ୟାକେଜ ଘୋଷଣା କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ