ETV Bharat / city

ଚାପଗ୍ରସ୍ତ ହୋଇ ମାଗଣା ଟିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ବିଜେପି

author img

By

Published : Apr 26, 2021, 8:16 PM IST

ରାଜ୍ୟରେ ମାଗଣା ଟିକା ଘୋଷଣା ପରେ ଆରମ୍ଭ ହେଲା ରାଜନୀତି । ବିଜେପି କହିଲା କିଛି ନୂଆ କଥା ନୁହେଁ ଚାପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।ଅଧିକ ପଢନ୍ତୁ...

ଚାପଗ୍ରସ୍ତ ହୋଇ ମାଗଣା ଟିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ :ବିଜେପି
ଚାପଗ୍ରସ୍ତ ହୋଇ ମାଗଣା ଟିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ :ବିଜେପି ଚାପଗ୍ରସ୍ତ ହୋଇ ମାଗଣା ଟିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ :ବିଜେପି

ଭୁବନେଶ୍ବର: ରାଜ୍ୟରେ ୧୮ ବର୍ଷରୁ ୪୪ ବର୍ଷ ଯାଏ ସମସ୍ତଙ୍କୁ ମାଗଣା କୋଭିଡ୍ ଭ୍ୟାକସିନ୍ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସବୁ ମହଲରେ ପ୍ରଶଂସା କରାଯାଉଥିବାବେଳେ ଏହାକୁ ନେଇ ସରକାରଙ୍କୁ କଟାକ୍ଷ କରିଛି ବିରୋଧୀ ବିଜେପି । ବିଜେପି କହିଛି ଏହା କିଛି ନୂଆ କଥା ନୁହେଁ ମୁଖ୍ୟମନ୍ତ୍ରୀ ଚାପଗ୍ରସ୍ତ ହୋଇ ଏପରି ଘୋଷଣା କରିଛନ୍ତି । ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଏପରି ଭାବରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

ଚାପଗ୍ରସ୍ତ ହୋଇ ମାଗଣା ଟିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ :ବିଜେପି

ଦଳ କହିଛି ଏହା କିଛି ରେକର୍ଡ ନୁହେଁ । ୯ ଟି ରାଜ୍ୟ ମାଗଣା ଟିକା ଦେବା ନେଇ ଘୋଷଣା ପରେ ଓଡିଶା ୧୦ମ ରାଜ୍ୟ ଭାବରେ ମୁକ୍ତ ଟିକା ଘୋଷଣା କରିଛି । ସେହିପରି ପୃଥୀରାଜ କହିଛନ୍ତି ଯେ, ଦ୍ଵିତୀୟ ପର୍ଯ୍ୟାୟ ଟିକାଦାନ ବେଳେ ବ୍ୟାପକ ଅବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଟିକା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି ତୃତୀୟ ପ୍ରଯ୍ୟାୟରେ କିଭଳି ସୁରୁଖୁରୁରେ ୨ କୋଟି ଲୋକ ଟିକା ନେବେ ରାଜ୍ୟ ସରକାର ତାହାର ସୁବ୍ୟବସ୍ଥା କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି । ରାଜ୍ୟ ସରକାର କେବଳ ବାହାବା ନେବାକୁ ଚେଷ୍ଟା ନକରି ବରଂ ସଠିକ ଭାବରେ ଟିକାଦାନ ପ୍ରକ୍ରିୟା ଶେଷ କରି ପାରିଲେ ସଂକ୍ରମଣ ରୋକାଯାଇ ପାରିବ ବୋଲି କହିଛନ୍ତି ପୃଥୀରାଜ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.