ଭୁବନେଶ୍ବର: ଶ୍ରମିକଙ୍କର ନ୍ୟାର୍ଯ୍ୟ ଦାବି ତୁରନ୍ତ ପୂରଣ କରିବା ପାଇଁ CITU ପକ୍ଷରୁ(CITU protest) ଶ୍ରମ କମିଶନର ଅଫିସ(Labor Commissioner office) ସମ୍ମୁଖରେ ଧାରଣା । ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ ଅଫିସମାନଙ୍କ ଜରିଆରେ ଯେପରି ସହାୟତା ପାଇବା କଥା ତାହା ମିଳୁନି କି ଶ୍ରମିକମାନଙ୍କର ବିବାଦ ଶ୍ରମ ବିଭାଗ ଜରିଆରେ ସମାଧାନ କରାଯାଉନାହିଁ । ଫଳରେ ସାରା ରାଜ୍ୟରେ ଶ୍ରମିକମାନଙ୍କର ଅସନ୍ତୋଷ ବଢି ଚାଲିଛି । ଏହାସହ ଶ୍ରମିକମାନଙ୍କର ସଂଗଠନ ପଞ୍ଜୀକରଣ କରାଯାଉନାହିଁ । ବର୍ଷ ବର୍ଷ ଧରି ୟୁନିଅନଗୁଡ଼ିକ ପଞ୍ଜୀକରଣ ଦରଖାସ୍ତ ଫାଇଲ ତଳେ ରଖି ଦିଆଯାଉଛି ।
ଏପଟେ ସମାନ କାମ ପାଇଁ ସମାନ ମଜୁରୀ ପାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ତେଣୁ ଶ୍ରମିକମାନଙ୍କୁ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ଦିଆଯାଉ ଏବଂ EPF ଏବଂ ESI ଭଳି ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ କରାଯାଉ । ଏସବୁ ପ୍ରସଙ୍ଗ ଉପରେ ଆଜି ରାଜ୍ୟ ଶ୍ରମ କମିଶନରଙ୍କ ସହ ଆଲୋଚନା କରାଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ