ଭୁବନେଶ୍ବର: ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟମେରା ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରାଜ୍ୟର ସମସ୍ତ କଲେଜ ଗୁଡିକକୁ ନିର୍ଦ୍ଦେଶ ଦେଇଛି । ଯେଉଁ କଲେଜ କର୍ତ୍ତୃପକ୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ନାହାଁନ୍ତି ସେମାନେ ଆସନ୍ତା ଅପ୍ରେଲ 18 ତାରିଖ ସୁଧା ସିସିଟିଭି କ୍ୟାମେରା ଲଗାଇବେ । ଏହାକୁ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
![ପରୀକ୍ଷା ପୂର୍ବରୁ CHSEର ଚେତବାନୀ: ପରୀକ୍ଷା କେନ୍ଦ୍ରରେ ଲଗାଅ CCTV](https://etvbharatimages.akamaized.net/etvbharat/prod-images/od-bbsr-03-cctv-exam-centr-chse-7206049_14042022151812_1404f_1649929692_506.jpg)
ସିସିଟିଭି କ୍ୟାମେରା ଲଗାଇବା ସହ ଏହାର ଲିଙ୍କ୍ ସାମ୍ସ ଇ-ସ୍ପେସ୍ରେ ଦାଖଲ କରିବେ କଲେଜ କର୍ତ୍ତୃପକ୍ଷ । ଏନେଇ ପୂର୍ବରୁ ଅନେକ ସମୟରେ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିନଥିବା ଦେଖାଯାଇଛି । ଏହାପରେ ମଧ୍ୟ ସିସିଟିଭି ନଲଗାଇଲେ ସେହି ପରୀକ୍ଷା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ନେଇ ଚେତାବନୀ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ