ETV Bharat / city

CHSE +2 Exam 2022: ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

author img

By

Published : Mar 9, 2022, 9:56 AM IST

ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ସିସିଟିଭି କ୍ୟାମେରାଗୁଡ଼ିକ ପ୍ରସ୍ତୁତ ରଖିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର, ଉପକେନ୍ଦ୍ର, ପରୀକ୍ଷା ପରିଚାଳନା ହବ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

Plus Two Exam: ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ଏପ୍ରିଲ ମାସରେ ଯୁକ୍ତ ଦୁଇ କଳା, ବାଣିଜ୍ୟ,ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ପରୀକ୍ଷା ନିମନ୍ତେ ବିଧିବଦ୍ଧ ଭାବେ କୌଣସି ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ସିସିଟିଭି କ୍ୟାମେରା ଗୁଡ଼ିକ ପ୍ରସ୍ତୁତ ରଖିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର, ଉପକେନ୍ଦ୍ର, ପରୀକ୍ଷା ପରିଚାଳନା ହବ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ମାର୍ଚ୍ଚ ୨୬ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଉଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଲ୍ଫ ଫାଇନାସିଂ କଲେଜ ଗୁଡ଼ିକ ମାର୍ଚ୍ଚ ୧୫ସୁଦ୍ଧା ସିସିଟିଭି ଲଗାଇବାକୁ କୁହାଯାଇଛି ।ଆସନ୍ତା ୧୭ତାରିଖ ସୁଦ୍ଧା ସେଲ୍ଫ ଫାଇନାସିଂ କଲେଜଗୁଡ଼ିକ ସାମ୍ସ ୱେବ ସାଇଟରେ ସିସିଟିଭି କ୍ୟାମେରା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଯଦି କୌଣସି କଲେଜ ସିସିଟିଭି ଲଗାଇବାରେ ବିଫଳ ହୁଅନ୍ତି ସେଠାକାର ପରୀକ୍ଷା କେନ୍ଦ୍ର ବାତିଲ କରିବା ଦିଗରେ ପଦକ୍ଷେପ ନିଆଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.