ETV Bharat / city

ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

author img

By

Published : Mar 4, 2020, 9:24 AM IST

Updated : Mar 4, 2020, 9:40 AM IST

ଆଜି ଯୁକ୍ତ 2 ପରୀକ୍ଷାର ଦ୍ବିତୀୟ ଦିନ । ଗତକାଲି କେବଳ ବିଜ୍ଞାନ ପିଲାଙ୍କର ଏମଆଇଏଲ(ଓଡିଆ) ପରୀକ୍ଷା ଥିବାବେଳେ ଆଜି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ଏମଆଇଏଲ(ଓଡିଆ) ରହିଛି ।

chse examination
ଆଜି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଏମଆଇଏଲ ପରୀକ୍ଷା

ଭୁବନେଶ୍ବର: ଆଜି ଯୁକ୍ତ 2 ପରୀକ୍ଷାର ଦ୍ବିତୀୟ ଦିନ । ଗତକାଲି କେବଳ ବିଜ୍ଞାନ ପିଲାଙ୍କର ଏମଆଇଏଲ(ଓଡିଆ) ପରୀକ୍ଷା ଥିବାବେଳେ ଆଜି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ଏମଆଇଏଲ(ଓଡିଆ) ରହିଛି ।

ରାଜ୍ୟର ମୋଟ ସାଢେ 3 ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବାବେଳେ ପରୀକ୍ଷାକୁ ଶୃଙ୍ଖଳିତ ଓ କପି ମୁକ୍ତ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି । ଏଥର 2ଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଚେକିଂ କରାଯାଉଥିବା ଦେଖିବାକୁ ମିଳିଛି ।

1 ହଜାର 143ଟି ପରୀକ୍ଷା କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେଉଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନ ନେବାକୁ ନିର୍ଦ୍ଦେଶ ରହିଛି । ଏହାସହ ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନ ପତ୍ରରେ କୌଣସି ଚିହ୍ନ ରହିବ ନାହିଁ, ଯଦି ରହିବ ଏହାକୁ କପି ବୋଲି ଧରାଯିବ ବୋଲି କୁହାଯାଇଛି।

ଏଥର କଳାରେ 2 ଲକ୍ଷ 20 ହଜାର 437, ବିଜ୍ଞାନରେ ପରୀକ୍ଷା 97 ହଜାର 546 ଓ ବାଣିଜ୍ୟରେ 25 ହଜାର 785 ଓ ଧନ୍ଦାମୂଳକ ପରୀକ୍ଷାରେ 7 ହଜାର 032 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 4, 2020, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.