ETV Bharat / city

ଓମିକ୍ରନ ଭୟ: ଫିକା ପଡିବ ବଡ଼ଦିନ, ସତର୍କ ରହିବାକୁ BMCର ନିର୍ଦ୍ଦେଶ

author img

By

Published : Dec 22, 2021, 6:24 PM IST

Updated : Dec 22, 2021, 7:05 PM IST

ଦୁଇଦିନ ପରେ ବଡ଼ଦିନ । ଯାହାକୁ ନେଇ ଉତ୍ସବ ପୁରପଲ୍ଲୀ । ହେଲେ ଓମିକ୍ରନ ପାଇଁ ଫିକା ପଡିବ ବଡ଼ଦିନ । ଅଧିକ ପଢନ୍ତୁ

ଓମିକ୍ରନ ଭୟ : ଫିକା ପଡିବ ଦିନ
ଓମିକ୍ରନ ଭୟ : ଫିକା ପଡିବ ଦିନ

ଭୁବନେଶ୍ବର : ଦୁଇଦିନ ପରେ ବଡ଼ଦିନ । ଯାହାକୁ ନେଇ ଉତ୍ସବ ପୁରପଲ୍ଲୀ । ଏହି ଦିନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି ବା ଭକ୍ତ ଭଗବାନ ଯୀଶୁଙ୍କୁ ପୂଜା କରିଥାନ୍ତି । ବିଶେଷ ଭାବରେ ଏହି ଦିନ ଚର୍ଚ୍ଚରେ ଅଧିକ ଭିଡ ହୋଇଥାଏ । କାରଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିମାନେ ଭଗବାନ ଯୀଶୁଙ୍କ ଆରାଧନା ପାଇଁ ସମୂହ ପ୍ରାର୍ଥନା କରିଥାନ୍ତି । ଆଉ ଏହି ସମୂହ ପ୍ରାର୍ଥନା କେବଳ ଖ୍ରୀଷ୍ଟିଆନ ନୁହେଁ । ଅନ୍ୟ ଧର୍ମର ବ୍ୟକ୍ତି ଯୋଗ ଦେଇ ପ୍ରାର୍ଥନା କରିଥାନ୍ତି । ଏହାକୁ ନେଇ ଚର୍ଚ୍ଚରେ ଭିଡ ପରିଲକ୍ଷିତ ହୁଅ ।

ଓମିକ୍ରନ ଭୟ : ଫିକା ପଡିବ ଦିନ

ଦୁଇବର୍ଷ ହେବ କୋରୋନା କଟକଣା ପାଇଁ ସମୂହ ପ୍ରାର୍ଥନା ସହ ଭିଡ ନ କରିବାକୁ କଟକଣା ଜାରି ହୋଇଥିବାବେଳେ ଚଳିତ ବର୍ଷ ମଧ୍ୟ କଟକଣା ରହିଛି। କୋରୋନା ସମ୍ପୂର୍ଣ୍ଣ ଯାଇନଥିବା ବେଳେ ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତ ଚିହ୍ନଟ ପରେ ପୁଣିଥରେ ସତର୍କ ପାଇଁ ରାଜ୍ୟ ସରକାର ଓ ବିଏମସି ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂଆ ଭାରିଆଣ୍ଟର ସଂକ୍ରମଣ ଅଧିକ ରହିଥିବାବେଳେ ଭିଡକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ। ଏହାସହ କିଭଳି ଆମେ ଏହି ନୂଆ ଭାରିଆଣ୍ଟକୁ ପ୍ରତିହତ କରିବା ସେନେଇ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ଯେଉଁ ମାର୍ଗଦର୍ଶିକା ଦେଇଛନ୍ତି ।

ତାହାକୁ ମାନିବା ସହ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ସବୁ ମାର୍ଗଦର୍ଶିକା ଓ ନିର୍ଦ୍ଦେଶକୁ ନେଇ ଚଳିତ ବର୍ଷ ବଡ଼ଦିନ ଫିକା ପଡିବ । କାରଣ ଭିଡକୁ ନଜରରେ ରଖି ଚର୍ଚ୍ଚା ଗୁଡିକରେ ଅଳ୍ପ ସଂଖ୍ୟକ ଲୋକଙ୍କ ଭିତରେ ଯୀଶୁଙ୍କ ଜନ୍ମଦିନ ପାଳନ କରାଯିବ । କହିବାକୁ ଗଲେ ସେହିଦିନ ଚର୍ଚ୍ଚ ବନ୍ଦ ରହିବ । ଘରେ ରହି ଲୋକେ ଯୀଶୁଙ୍କ ଜନ୍ମଦିନ ପାଳନ କରିବେ । ଖାଲି ସେତିକି ନୁହେଁ ବଡଦିନର ସାଜସଜା ମଧ୍ୟ ଏବର୍ଷ ନଥିବାରୁ ନିରାଡ଼ମ୍ବରରେ ଖ୍ରୀଷ୍ଟଜନ୍ମ ଦିନ ପାଳନ ହେବ । ଏହାକୁ ନେଇ ଭୁବନେଶ୍ୱର ଚର୍ଚ୍ଚା ଫାଦର କହିଛନ୍ତି ଆମେ ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ବିଏଏମସିର ସମସ୍ତ ଗାଇଡଲାଇନ ପାଳନ କରିବା ସହ ଲୋକଙ୍କ ଭିଡ ଉପରେ ନଜର ରଖିବୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Dec 22, 2021, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.