ETV Bharat / city

Christmas 2021: ଧରାପୃଷ୍ଠରେ ପ୍ରଭୁ ଯୀଶୁ, କେକ-ପିଠା ପଣାରେ ମହକୁଛି ଘର

ଆଜି ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ । ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରୀରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପାଳନ ହେବ ଖ୍ରୀଷ୍ଟମାସ । ଅଧିକ ପଢନ୍ତୁ

author img

By

Published : Dec 25, 2021, 7:17 AM IST

ଆଜି ବଡଦିନ,  ଧରାପୃଷ୍ଠରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ

ହାଇଦ୍ରାବାଦ: ଆଜି ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ । ଆଜିର ଦିନରେ ସମସ୍ତେ ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇଥାନ୍ତି । ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରୀରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଚର୍ଚ୍ଚ ଗୁଡିକ । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ । ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ ଜାକଜକମରେ ପାଳନ କରାଯାଉଥିବା ବେଳେ ଆଜି କାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।

ବଡଦିନ ହେଉଛି ଖୁସି ଏବଂ ପ୍ରେମର ପ୍ରତୀକ । ବଡଦିନକୁ ନେଇ ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏହାକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ରଙ୍ଗ ବେରଙ୍ଗର ଆଲୋକ ଏବଂ ବିଭିନ୍ନ ସାଜସଜ୍ଜା ସାମଗ୍ରୀରେ ଘରକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏଥି ସହ ଆଜିର ଦିନରେ ଚର୍ଚ୍ଚରେ ଯାଇ ସାମୁହିକ ପ୍ରାର୍ଥନା କରି ପରସ୍ପର ପ୍ରତି ଭାଇଚାରାର ବାର୍ତ୍ତା ଦେଇଥାନ୍ତି ।

ଆଜିର ଦିନରେ କେକର ବେସ ଚାହାଦା ମଧ୍ୟ ରହିଥାଏ । ଖ୍ରୀଷ୍ଟଧର୍ମାଲମ୍ବୀମାନେ ଆଜିର ଦିନରେ କେକ କାଟିବା ସହ ପରସ୍ପରକୁ ଖୁଆଇ ଏହି ଦିନରେ ଶୁଭେଚ୍ଛା ଜଣାଇଥାନ୍ତି । ଏଥିସହ ଖ୍ରାଷ୍ଟମାସ ଟ୍ରିକୁ ମଧ୍ୟ ରଙ୍ଗିନ ଆଲୋକରେ ସଜାଇଥାନ୍ତି । ବିଶେଷ କରି ଏହି ଦିନ ପିଲାମାନଙ୍କ ପାଇଁ ଏକ ଆନନ୍ଦ ଉଲ୍ଲାସର ଦିନ । ଆଜି ପିଲାମାନଙ୍କୁ ମନପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ଦିଆଯିବା ସହ ଉପହାର ମଧ୍ୟ ମିଳିଥାଏ । ବିଶ୍ବାସ ରହିଛି ସାଣ୍ଟାକ୍ଲଜ ସ୍ବର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଥାନ୍ତି । ତେଣୁ ଆଜିର ଦିନରେ କିଛି ବ୍ୟକ୍ତି ସାଣ୍ଟାକ୍ଲଜ ପିନ୍ଧି ପିଲାମାନଙ୍କୁ ଉପହାର ଦେଇଥାନ୍ତି ।

ବଡ ଦିନରେ ସମଗ୍ର ବିଶ୍ବରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଥାଏ । ଯୀଶୁଖ୍ରୀଷ୍ଚଙ୍କ ଜନ୍ମସ୍ଥାନ ଜେରୁଜେଲମରୁ ଆରମ୍ଭ କରି ପୋପ ବେନେଡିକ୍ଟଙ୍କ ଭାଟିକାନ ସିଟି ସବୁଠି ପ୍ରଭୁ ଯୀଶୁଙ୍କୁ ପ୍ରେମ ବାର୍ତ୍ତା ଦେଖିବାକୁ ମିଳେ । ଏହି ଦିନରେ ଲୋକମାନେ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି କେବଳ ବଡଦିନ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରର ଆୟୋଜନ ମଧ୍ୟ କରିଥାନ୍ତି ।

ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପାଳନ କରାଯିବ ବଡ ଦିନ । ଏବେ ଓମିକ୍ରନ ଭୟ ବଢୁଥିବା ବେଳେ କଡା କଟକଣା ଜାରି କରାଯାଇଛି । ଆଜି ଖ୍ରୀଷ୍ଟମାସ ପାଳନକୁ କେବଳ ଚର୍ଚ୍ଚରେ ସୀମିତ ରଖିବାକୁ ଗତକାଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚର୍ଚ୍ଚରେ କେବଳ ୫୦ଜଣ ଲୋକ ଏକାଠି ହେବା ନେଇ ଅନୁମତି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.