ETV Bharat / city

ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି, ଆଗକୁ ଆହୁରି କମିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : May 27, 2022, 10:08 PM IST

ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଓ ଆବଶ୍ୟକୀୟ ଯତ୍ନ ଦ୍ଵାରା ଶିଶୁ ମୃତ୍ୟୁହାର ହ୍ରାସ ପାଇଛି । ଏକ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି । ଅଧିକ ପଢନ୍ତୁ

ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି, ଆଗକୁ ଆହୁରି କମିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି, ଆଗକୁ ଆହୁରି କମିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଓ ଆବଶ୍ୟକୀୟ ଯତ୍ନ ଦ୍ଵାରା ଶିଶୁ ମୃତ୍ୟୁହାର ହ୍ରାସ ପାଇଛି । ଏ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି । ଏସ୍ଆର୍‌ଏସ୍ ବୁଲେଟିନ୍ ଅନୁଯାୟୀ, 2005ରୁ 2020 ମସିହା ମଧ୍ୟରେ ଶିଶୁ ମୃତ୍ୟୁହାର 39 ପଏଣ୍ଟ ହ୍ରାସ ପାଇଛି । ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ 2015-16 ମସିହାରୁ ‘ସଂପୂର୍ଣ୍ଣ’ ଭଳି ଅଭିନବ ସ୍ଵାସ୍ଥ୍ୟସେବା ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଅଧିକ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ।

ପ୍ରଥମ ରେଫରାଲ ୟୁନିଟ୍‌ରେ ଗର୍ଭବତୀ ମହିଳା ମାନଙ୍କୁ ସିଜରିଆନ୍ ସୁବିଧା ଯୋଗାଇ ଦେବା ସହ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ଅଧୀନରେ ପ୍ରସବକାଳୀନ ସମସ୍ୟା ଓ ନବଜାତ ଶିଶୁମାନଙ୍କୁ ଗୁଣାତ୍ମକ ଯତ୍ନ ସେବା ଯୋଗାଇ ଦିଆଯାଉଛି । ଏଥିରେ ପ୍ରସୂତି ଓ ନବଜାତ ଶିଶୁ ମାନଙ୍କୁ 48 ଘଣ୍ଟା ସ୍ଵାସ୍ଥ୍ୟସେବା ମିଳିପାରୁଛି । ଏଥିପାଇଁ ରାଜ୍ୟରେ 74ଟି ମାତୃ ଓ ଶିଶୁ ସ୍ଵାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏଥିରେ 30ରୁ 125 ପର୍ଯ୍ୟନ୍ତ ଶଯ୍ୟାର ବ୍ୟବସ୍ଥା ରହିଛି । ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ବିନା ମୂଲ୍ୟରେ ଆମ୍ବୁଲାନ୍ସ ମାଧ୍ୟମରେ ପରିବହନ ସେବା ଯୋଗାଇ ଦିଆଯାଇଛି ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନବଜାତ ଶିଶୁ ମାନଙ୍କର ଯନ୍ତ୍ର ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 48ରୁ ଅଧିକ ଆଶାକର୍ମୀ ନିୟୋଜିତ ଅଛନ୍ତି । ରାଜ୍ୟରେ ଏବେ 44ଟି ସ୍ଵତନ୍ତ୍ର ନବଜାତ ସ୍ଵାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟ କରୁଛି । ଏଠାରେ ଜନ୍ମ ପରବର୍ତ୍ତି ମୃତ୍ୟୁହାର ଓ ମସ୍ତିଷ୍କର କ୍ଷତିକୁ ରୋକିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ସରକାରଙ୍କ ଏହିସବୁ ପଦକ୍ଷେପ ଫଳରେ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ।

ଶିଶୁ ମୃତ୍ୟୁହାର ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ‘‘ରାଜ୍ୟରେ ଶିଶୁ ମୃତ୍ୟୁହାର କମାଇବାକୁ ବହୁ ପଦକ୍ଷେପ ନିଆଯାଇଛି । ଆହୁରି ଅନେକ କାମ କରିବାକୁ ଅଛି । ଆଗକୁ ଶିଶୁ ମୃତ୍ୟୁହାର ଆହୁରି କମିବ । ଯେହେତୁ ପୂର୍ବରୁ ରାଜ୍ୟରେ ଶିଶୁ ମୃତ୍ୟୁହାର ବହୁତ ଅଧିକ ଥିଲା, ଏବେ ବି ଆମେ ଦ୍ୱିତୀୟ ସ୍ଥାନରେ ରହିଛେ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.