ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା; 10ଦିନ ଚାଲିବ ସ୍ପେଶାଲ ଡ୍ରାଇଭ୍, ଫୋକସରେ ପଶ୍ଚିମ ଓଡିଶା

author img

By

Published : Apr 6, 2021, 5:39 PM IST

Updated : Apr 7, 2021, 12:48 PM IST

କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

12:32 April 07

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା; 10ଦିନ ଚାଲିବ ସ୍ପେଶାଲ ଡ୍ରାଇଭ୍, ଫୋକସରେ ପଶ୍ଚିମ ଓଡିଶା

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା; 10ଦିନ ଚାଲିବ ସ୍ପେଶାଲ ଡ୍ରାଇଭ୍, ଫୋକସରେ ପଶ୍ଚିମ ଓଡିଶା

କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; 10 ଦିନ ପାଇଁ ନିୟମ କଡାକଡି କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

16:54 April 06

  • A special 10 days drive for enforcement of COVID safety regulations is being launched from 07.04.2021 to 16.04.2021. Special emphasis would be on enforcement of wearing of mask and maintaining social distancing. We urge all to observe COVID appropriate behavior.

    — DGP, Odisha (@DGPOdisha) April 6, 2021 " class="align-text-top noRightClick twitterSection" data=" ">

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ଉପରେ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ସୀମାନ୍ତରେ ବଢୁଥିବା କୋରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମ ଓଡିଶା ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମ ଓଡିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରା ମେଡିକାଲ ଷ୍ଟାଫ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କୋରୋନା ସ୍ଥିତି ସମୀକ୍ଷା କରିବା ସହ ଯଥେଷ୍ଟ ପୋଲିସ କର୍ମୀ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ 10 ଦିନ କୋରୋନା କଟକଣା ସାରା ରାଜ୍ୟରେ କଡାକଡି ପାଳନ ହେବ । ଏଥିପାଇଁ ସ୍ବତନ୍ତ୍ର ଡ୍ରାଇଭ କରିବାକୁ ଓଡିଶା ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ଅନ୍ୟପଟେ କୋରୋନା ମହାମାରୀ ଦ୍ବିତୀୟ ସଂକ୍ରମଣ ପୂର୍ବଅପେକ୍ଷା ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ଏହାକୁ ଗମ୍ଭୀରତାର ସହ ନେବାକୁ କୁହାଯାଇଛି । ଅନ୍ୟଥା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏଥିପାଇଁ ସୁରକ୍ଷା ନିୟମକୁ କଡାକଡି ପାଳନ ପାଇଁ ଅଧିକ ପୋଲିସ ମୁତୟନ କରିବାକୁ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅଭୟ ଆସନ୍ତାକାଲି(ବୁଧବାର) 7 ତାରିଖରୁ 16 ତାରିଖ 10 ଦିନ ପର୍ଯ୍ୟନ୍ତ କୋଭିଡ ନିୟମ କଡାକଡି କରାଯିବ ବୋଲି କହିଛନ୍ତି । ଏହି ସମୟ ମଧ୍ୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ ରହିବ । ଏନେଇ ଡିଜିପି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Apr 7, 2021, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.