ETV Bharat / city

‘ଝିଣ୍ଟିକା ମାରି ବଣି ପୋଷୁଛନ୍ତି ନବୀନ ସରକାର’ - ଦୁର୍ନୀତି ଅଭିଯୋଗ

ଦୁର୍ନୀତିକୁ ଲୁଚାଇବାକୁ ଏପରି କାର୍ଯ୍ୟ । ତଳିଆ ଅଫିସରଙ୍କ ଉପରେ ନିଆଯାଉଛି ପଦକ୍ଷେପ । କିନ୍ତୁ ବଡ ବଡ଼ିଆ ବାବୁଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ରାଜ୍ୟ ସରକାର । ଏହା ଲୋକଦେଖାଣିଆ ବୋଲି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିରୋଧ ବିଜେପି ଓ କଂଗ୍ରେସ ।

ଡ଼ିଜାଇନ୍ ଫଟୋ
author img

By

Published : Aug 18, 2019, 8:04 PM IST

ଭୁବନେଶ୍ବର: ଦୁର୍ନୀତିକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ୧୫ ଜଣଙ୍କୁ ବହିଷ୍କାର କରିଥିବା ବେଳେ ୨ ଜଣଙ୍କ ପେନସନ ବନ୍ଦ କରିଛନ୍ତି । ହେଲେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧି ମାନିବାକୁ ନାରାଜ। ଝିଣ୍ଟିକା ମାରି ବଣି ପୋଷିବା କଥା ସହିତ ତୁଳନା କରିଛନ୍ତି ବିରୋଧୀ । ତଳ ତଳିଆ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କିନ୍ତୁ ବଡ ବଡିଆ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧି ।

‘ଝିଣ୍ଟିକା ମାରି ବଣି ପୋଷୁଛନ୍ତି ନବୀନ ସରକାର’

୨୦୧୦ ରୁ ୨୦୧୯ ଭିତରେ ୨୩୮ ଜଣ ହ୍ବାଇଟ କଲାର ବାବୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି । ସେଥିରେ ୧୧ ଅଇଏଏସ ଅଫିସର ଏବଂ ୨୨୭ ଜଣ ଓଏସ ଅଫିସର ଅଛନ୍ତି। ଏପରିକି କିଛି ଅବସର ବି ନେଇ ଗଲେଣି। କିନ୍ତୁ ଏବେ ବି ସେମାନଙ୍କ ଦୁର୍ନୀତି ଫାଇଲ ଗଡୁଛି । ସେମାନଙ୍କ ଉପରେ ସରକାରଙ୍କ କୌଣସି ପଦକ୍ଷେପ ନଥିବା ଉଦାହରଣ ଦେଇଛନ୍ତି ବିରୋଧି ।

ସରକାରଙ୍କ ଏହି ନିଷ୍ପତି ଲୋକ ଦେଖାଣିଆ । ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଦିନ ପରେ ଦିନ ଗଡି ଚାଲିଛି। ମାମଲା ଫଇସଲା ହେଲା ବେଳକୁ ସରକାରୀ ଅଧିକାରୀମାନେ ଅବସର ନେଉଛନ୍ତି । ଏପରି ଅଭିଯୋଗ ବିରୋଧି କରୁଥିବାବେଳେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ଖଣ୍ଡନ କରିଛନ୍ତି । ଏବେ ପଞ୍ଚମ ପାଳି ସରକାରରେ ଫାଇଭ୍‌ ଟି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦୁର୍ନୀତିକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ୧୫ ଜଣଙ୍କୁ ବହିଷ୍କାର କରିଥିବା ବେଳେ ୨ଜଣ ଙ୍କ ପେନସନ ବନ୍ଦ କରିଛନ୍ତି । ହେଲେ ବିରୋଧି ମାନିବାକୁ ନାରାଜ। ଝିଣ୍ଟିକା ମାରି ବଣି ପୋଷିବା କଥା ସହିତ ତୁଳନା କରିଛନ୍ତି ବିରୋଧୀ । ତଳ ତଳିଆ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କିନ୍ତୁ ବଡ ବଡିଆ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି । ବିରୋଧୀ ଉଦହରଣ ବି ଥୋଇଛନ୍ତି। ବିଧାନସଭାରେ ସରକାର ଯେଉଁ ତଥ୍ୟ ଦେଇଛନ୍ତି । ୨୦୧୦ରୁ ୨୦୧୯ ଭିତରେ ୨୩୮ ଜଣ ହ୍ବାଇଟକଲାର ବାବୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ସେଥିରେ ୧୧ ଅଇଏଏସ ଅଫିସର ଏବଂ ୨୨୭ ଜଣ ଓଏସ ଅଫିସର ଅଛନ୍ତି। ଏପରିକି କିଛି ଅବସର ବି ନେଇ ଗଲେଣି। କିନ୍ତୁ ଏବେ ବି ସେମାନଙ୍କ ଦୁର୍ନୀତି ଫାଇଲ ଗଡୁଛି। ସରକାରଙ୍କ କିଛି ଆକ୍ସନ ନାହିଁ। ଯାହାକୁ ନେଇ ବିରୋଧୀ କହିଛନ୍ତି ଏହା କେବଳ ଲୋକ ଦେଖାଣିଆ।

ଅଫିସରଙ୍କ ବିରୋଧରେ ଭିଜିଲନ୍ସ ମାମଲା ଦିନ ପରେ ଦିନ ଗଡି ଚାଲିଛି। ମାମାଲା ଫଇସଲା ହେଲା ବେଳକୁ ସରକାରୀ ଅଧିକାରୀମାନେ ଅବସର ନେଇଯାଉଛନ୍ତି । ତେବେ ଏହାର ଉତ୍ତର ବି ଅଛି। ଏବେ ପଞ୍ଚମ ପାଳି ସରକାରରେ ଫାଇଭ୍‌ ଟି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଆକ୍ସନ ଆରିମ୍ଭ କରିଛନ୍ତି ଆଗକୁ କଣ ହେଉଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

Body:ବାଇଟ- ପୃଥୀରାଜ ହରିଚନ୍ଦନ, ବିଜେପି ନେତା
ବାଇଟ- ଶରତ ରାଉତ, ବରିଷ୍ଠ କଂଗ୍ରେସ ନେତା
ବାଇଟ- ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମବାୟ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.