ETV Bharat / city

ଦୀର୍ଘ 10 ମାସ ପରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 18, 2021, 12:49 PM IST

Updated : Feb 18, 2021, 1:11 PM IST

ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ
ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସିଛନ୍ତି । କୋଭିଡ୍‌ ପରଠୁ ସେ ବିଧାନସଭା ଆସୁନଥିବାବେଳେ ଆଜି ପ୍ରଥମ ଥର ଗୃହରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୀର୍ଘ 10 ମାସ ପରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

ଗୃହରେ ରାଜ୍ୟପାଳ ଅଭିଭାଷଣ ରଖୁଥିବା ସମୟରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ରହିଥିଲେ । ଏହା ସହ ପୂର୍ବତନ ବିଧାୟକ, ସୁରକ୍ଷାକର୍ମୀ, ଯବାନ ଓ କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଯାହାକୁ ବିରୋଧୀ ସଦସ୍ୟମାନେ ସମର୍ଥନ କରିଛନ୍ତି ।

ଗତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ଭିସି ଯୋଗେ ଯୋଗଦେଇଥିଲେ । ତେବେ ଚଳିତ ଥର ବଜେଟ ଅଧିବେଶନର ପ୍ରଥମ ଦିନରେ ତାଙ୍କୁ ଗୃହରେ ଦେଖିବାକୁ ମିଳିଛି ।

ସୂଚନାଥାଉକି, ଦୁଇଟି ପର୍ଯ୍ୟାୟରେ ଚଳିତ ବଜେଟ ଅଧିବେଶନ ଅନୁଷ୍ଠିତ ହେବ । 22 ତାରିଖରେ ଅର୍ଥମନ୍ତ୍ରୀ ଗୃହରେ ବଜେଟ ଉପସ୍ଥାପନ କରିବେ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ 18ରୁ 27 ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 12ରୁ ଅପ୍ରେଲ 9 ଯାଏ ଅନୁଷ୍ଠିତ ହେବ ।

Last Updated : Feb 18, 2021, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.