ETV Bharat / city

ମାଓ ମୁକାବିଲା ବୈଠକ ପାଇଁ ଦିଲ୍ଲୀରେ ନବୀନ - ଗୃହମନ୍ତ୍ରୀ

ମାଓପ୍ରବଣ 11 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମକରି ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମାଓ ମୁକାବିଲା ନେଇ ଅଗଷ୍ଟ 26ରେ ହେବ ଉଚ୍ଚ ସ୍ତରୀୟ ବୈଠକ । ଏଥିପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫାଇଲ ଫଟୋ
author img

By

Published : Aug 23, 2019, 8:31 PM IST

Updated : Aug 23, 2019, 8:37 PM IST

ଭୁବନେଶ୍ବର: ଅଗଷ୍ଟ 26ରେ ଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ଆଜି ଠାରୁ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ଏହି ଉଚ୍ଚସ୍ତରୀୟ ବୈଠକ । ମାଓ ପ୍ରବଣ 11ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକ ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ରହିବେ । ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ସମେତ ଏଗାର ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ରହିବେ ।

ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ବ ନେବାପରେ ମାଓ ମୁକାବିଲା ନେଇ ଏହା ତାଙ୍କର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ । ଦେଶରୁ ମାଓ ମୁକ୍ତ କରିବା ପାଇଁ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ । ସେହିପରି ସୁରକ୍ଷା ସମ୍ପର୍କିତ ଆଲୋଚନା ହେବା ନେଇ ସୂଚନା ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍, ଇଟିଭି ଭାରତ

Intro:Body:

PRABHU

Conclusion:
Last Updated : Aug 23, 2019, 8:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.