ଭୁବନେଶ୍ବର: ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ହିତାଧିକାରୀଙ୍କୁ ମିଳିବ 1 ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା । ଏଥିପାଇଁ ରାଜ୍ୟ ସରକାର 350 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।


ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ 1 ହଜାର ଟଙ୍କା ଲେଖାଏଁ ସହାୟତା । ଏଥିପାଇଁ ରାଜ୍ୟ ସରକାର 350 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଫଳରେ ରାଜ୍ୟର 3 କୋଟି 50 ଲକ୍ଷ ହିତାଧିକାରୀ ଉପକୃତ ହେବେ। କୋଭିଡ ସହାୟତା ନେଇ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । 1 ହଜାର ଟଙ୍କା ଲେଖାଏଁ ମିଳିବ ଜୀବନଜୀବିକା ସହାୟତା । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଖାତାକୁ ଟଙ୍କା ଦେବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ସପ୍ତାହ ମଧ୍ୟରେ ସହାୟତା ରାଶି ଯୋଗାଇବାକୁ ନିର୍ଦ୍ଦେଶ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ