ଭୁବନେଶ୍ବର : ଓଡିଶା ପୋଲିସ ଅଧୀନରେ ଥିବା 220 ଥାନାରେ 905 ନୂତନ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ ଯେଉଁ ଥାନାରେ ଯେତିକି ପଦବୀ ରହିବା କଥା ସେତିକି ଆବଶ୍ୟକ କର୍ମଚାରୀ ରହିବେ । ଥାନାର ସୁଦୃଢ଼ୀକରଣ ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ଓ ସେବା ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହେବ । ଏଥିସହିତ 6ଟି ଥାନାର ବିଭାଜନ ହେବ। ଆୟତନ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ଥାନା ଗୁଡିକ ହେଲେ ଖଣ୍ଡଗିରି ଥାନା, ଅନୁଗୁଳ ଟାଉନ ଥାନା, ଝାରସୁଗୁଡା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା, ତିହିଡି ଥାନା । ଯାହାଦ୍ବାରା 21 ପୋଲିସ ଜିଲ୍ଲାର 220 ଥାନା ଓ 6ଟି ଫାଣ୍ଡିରେ କର୍ମଚାରୀ ଅଭାବ ଦୂର ହୋଇପାରିବ।
ସେପଟେ ଓଡିଶା ପୋଲିସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମଞ୍ଜୁରୀକୁ ନେଇ କୃତଜ୍ଞତା ଜଣାଇଛନ୍ତି ଡିଜିପି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ