ETV Bharat / city

ଚନ୍ଦ୍ରଭାଗାରେ ହେବ ଦ୍ବିତୀୟ କୋଣାର୍କ ! - ଦ୍ବିତୀୟ କୋଣାର୍କ ମନ୍ଦିର

ବିଗବସର ବିବାଦୀୟ ଚେହେରା ଓମ ବାବା ଚନ୍ଦ୍ରଭାଗା କୂଳରେ ଦ୍ବିତୀୟ କୋଣାର୍କ ତଥା ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସାକ୍ଷାତ କରି ସେ ଏ ସମ୍ବନ୍ଧରେ ଆଲୋଚନା କରିଥିବା କହିଛନ୍ତି ।

ଫାଇଲ ଫଟୋ
author img

By

Published : Oct 14, 2019, 11:46 PM IST

Updated : Oct 15, 2019, 8:26 AM IST

ଭୁବନେଶ୍ବର: ବାବା ତିଆରି କରିବେ ଦ୍ବିତୀୟ କୋଣାର୍କ ମନ୍ଦିର। ଐତିହାସିକ କୋଣାର୍କ ମନ୍ଦିର ପରି ଅବିକଳ କରି ନିର୍ମାଣ କରିବେ କୋଣାର୍କ ମନ୍ଦିର। ଶ୍ରୀ ଜଗନ୍ନାଥଙ୍କ ତାଙ୍କୁ ସ୍ବପ୍ନାଦେଶ କରି ନିର୍ଦ୍ଦେଶ ଦେଇଥିବା କୁହନ୍ତି ଓମ ବାବା । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଓମ ବାବା ଚନ୍ଦ୍ରଭାଗା କୂଳରେ ନିର୍ମାଣ କରିବା ପାଇଁ ଯାଉଛନ୍ତି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସେ ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏନେଇ 'ଇଟିଭି ଭାରତ'କୁ ବିଭିନ୍ନ ପ୍ରସଙ୍ଗରେ ମତାମତ ବି ଦେଇଛନ୍ତି।

ବର୍ଷ ବର୍ଷ ଧରି ବନ୍ଦ ରହିଥିବା କୋଣାର୍କ ମନ୍ଦିରର ଅବିକଳ ଏକ ମନ୍ଦିର ତିଆରି କରିବାକୁ ଯାଉଛନ୍ତି ଓମ ବାବା। 6 ଏକର ଜମିରେ ନିର୍ମାଣ କରିବାକୁ ପ୍ରସ୍ତାବ ରଖାଯାଇଛି। ଏକ ବର୍ଷ ଭିତରେ ମନ୍ଦିର କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାବା।

ସେ କହିଛନ୍ତି ଯେ, ଭଗବାନ ଜଗନ୍ନାଥ ନିଜେ ସ୍ବପ୍ନାଦେଶ ମାଧ୍ୟମରେ ବାବାଙ୍କୁ କହିଥିବା ସହ ଚନ୍ଦ୍ରଭାଗା କୂଳରେ ଏକ ଅବିକଳ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ବାବା କୁହନ୍ତି, ଯେଭଳି ଜଣେ ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେହିଭଳି ପ୍ରଭୁ ଜଗନ୍ନାଥଙ୍କ ସହ ସେ ବି କଥା ହୁଅନ୍ତି।

ପୂର୍ବରୁ ଥିବା ମନ୍ଦିରରେ ଭଗବାନ ନଥିବାରୁ ସମୁଦ୍ରରେ ଆସୁଥିବା ଜାହାଜ ବୁଡିଯାଉଥିଲା। ସେଥିପାଇଁ ଭଗବାନ ଜଗନ୍ନାଥଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ନିର୍ମାଣ କରାଯାଉଛି। ଶହ ଶହ ବର୍ଷ ଧରି ଭଗବାନ ଜଗନ୍ନାଥ ସୂର୍ଯ୍ୟଙ୍କ ପ୍ରକାଶ ପାଇପାରୁନାହାନ୍ତି, ତେଣୁ ଭଗବାନ ନିର୍ଦେଶ କ୍ରମେ ଅନ୍ୟଏକ ମନ୍ଦିର ନିର୍ମାଣ କରିବାପାଇଁ ଆଦେଶ ଦେଇଛନ୍ତି।

ଏହି ନିର୍ମାଣକୁ ନେଇ ସାରା ଦେଶରେ ସ୍ବାଗତ କରାଯାଇଥିବା ସେ କହିଛନ୍ତି। ଲୋକମାନେ ବହୁତ ସାହାଯ୍ୟ କରିବା ସହ ବହୁ ସଂଖ୍ୟାରେ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଓମ ବାବା ବିଗବସରେ ଭାଗନେଇ ବେଶ ଚର୍ଚ୍ଚାରେ ରହିଥିଲେ । ତେବେ ଓଡ଼ିଶାରେ ଐତିହାସିକ କୋଣାର୍କ ମନ୍ଦିରର ଅବିକଳ ଆଉ ଏକ ମନ୍ଦିର ଚନ୍ଦ୍ରଭାଗା ନିକଟରେ ନିର୍ମାଣ କରିବାକୁ ଯାଉଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
କୋଣାର୍କରେ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର କରିବେ ଓଁମ ବାବା।

ବାବା ତିଆରି କରିବେ ଦ୍ୱିତୀୟ କୋଣାର୍କ ମନ୍ଦିର। ଐତିହାସିକ କୋଣାର୍କ ମନ୍ଦିର ପରି ନକଲ କରି ନୂଆ କରି ନିର୍ମାଣ କରିବେ କୋଣାର୍କ ମନ୍ଦିର। ଯାହା ଶ୍ରୀ ଜଗନ୍ନାଥ ଙ୍କ ସ୍ୱପ୍ନାଦେସ ପରେ ନିର୍ଦେଶ ଦେଇଛନ୍ତି ବୋଲି କୁହନ୍ତି ଓଁମ ବାବା। ଯାହା ଏବେ ଚର୍ଚ୍ଚା ରେ ରହିଛନ୍ତି ଓଁମ ବାବା।

Body:

ଓଁମ ବାବା ଚନ୍ଦ୍ରଭାଗା କୂଳରେ ନିର୍ମାଣ କରିବା ପାଇଁ ଯାଉଛନ୍ତି ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଆଜି ରାଜ୍ୟପାଳ ଗଣେସି ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାଖ୍ୟାତ କରି ଆଲୋଚନା କରିଛନ୍ତି। ଏନେଇ ଈଟିଭି ଭାରତକୁ ବିଭିନ୍ନ ପ୍ରସଙ୍ଗରେ ମତାମତ ଦେଇଛନ୍ତି ଓଁମ ବାବା।
ବର୍ଷ ବର୍ଷ ଧରି ବନ୍ଦ ରହିଥିବା ସୂର୍ଯ୍ୟ ମନ୍ଦିର କୋଣାର୍କ ମନ୍ଦିର ର ନକଲ ଏକ ମନ୍ଦିର ତିଆରି କରିବା କୁ ଯାଉଛନ୍ତି ଓଁମ ବାବା। 6 ଏକର ଜମି ରେ ନିର୍ମାଣ କରିବାକୁ ପ୍ରସ୍ତାବ ରଖାଯାଇଛି। ଯାହା ଏକ ବର୍ଷ ଭିତରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି କରିଛନ୍ତି ବାବା।

ଓଁମ ବାବା କହିଛନ୍ତି ଯେ ଭଗବାନ ଜଗନ୍ନାଥ ନିଜେ ସ୍ୱପ୍ନାଦେଶ ମଧ୍ୟରେ ବାବାଙ୍କୁ କହିଥିବା ସହ ଚନ୍ଦ୍ରଭାଗା କୂଳରେ ଏକ ନକଲ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା କୁ ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ବାବା କୁହନ୍ତି ଯେଭଳି ଜଣେ ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେହି ଭଳି ପ୍ରଭୁ ଜଗନ୍ନାଥଙ୍କ ସହ କଥା ହୋଇଥାଏ। ପୂର୍ବରୁ ଥିବା ମନ୍ଦିରରେ ଭଗବାନ ନଥିବାରୁ ସମୁଦ୍ରରେ ଆସୁଥିବା ଜାହାଜ ବୁଡିଯାଉଥିଲା। ସେଥିପାଇଁ ଭଗବାନ ଜଗନ୍ନାଥ ନିର୍ଦେଶ କ୍ରମେ ମନ୍ଦିର ନିର୍ମାଣ କରାଯାଉଛି। ଶହ ଶହ ବର୍ଷ ଧରି ଭଗବାନ ଜଗନ୍ନାଥ ଙ୍କୁ ସୂର୍ଯ୍ୟଙ୍କ ପ୍ରକାଶ ପାଇପାରୁନାହାନ୍ତି, ତେଣୁ ଭଗବାନ ନିର୍ଦେଶ କ୍ରମେ ଅନ୍ୟଏକ ମନ୍ଦିର ନିର୍ମାଣ କରିବାପାଇଁ ଆଦେଶ ଦେଇଛନ୍ତି।
ଏହି ନିର୍ମାଣ କୁ ନେଇ ସାରା ଦେଶରେ ସ୍ୱାଗତ କରିଛନ୍ତି। ଲୋକମାନେ ବହୁତ ସାହାଯ୍ୟ କରିବା ସହ ସହ ସହ ଲୋକମାନଙ୍କର ସମ୍ପୂର୍କ୍ତ ରହିବ। ତେବେ ୧୧୯ ବର୍ଷ ପରେ ଅନ୍ୟ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ବ୍ରଭୁ ଜଗନ୍ନାଥ ଆଦେଶ ଦେଇଛନ୍ତି ଓଁମ ବାବାଙ୍କୁ।

ସୂଚନା ଅନୁଯାୟୀ, ଓଁମ ବାବା ହେଉଛନ୍ତି ବିଗ ବସ ର ବିବାଦୀୟ ଓଁମ ବାବା। ଯାହା ଓଡ଼ିଶାରେ ଐତିହାସିକ ସୂର୍ଯ୍ୟ ମନ୍ଦିର କୋଣାର୍କ ମନ୍ଦିର ନକଲ ଅନ୍ୟ ଏକ ମନ୍ଦିର ଚନ୍ଦ୍ରଭାଗା ନିକଟରେ ନିର୍ମାଣ କରିବାକୁ ଯାଉଛନ୍ତି। ଯାହା କୁ ନେଇ ସାଖ୍ୟାତ କରି ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳଙ୍କୁ।

Byte- ଓଁମ ବାବା

Conclusion:
Last Updated : Oct 15, 2019, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.