ETV Bharat / city

Dhamnagar By-poll: ଆଜି ଆସିବ ବିଜ୍ଞପ୍ତି, ପ୍ରସ୍ତୁତି ସମୀକ୍ଷା କଲେ CEO

ନଭେମ୍ବର 3 ତାରିଖରେ ଧାମନଗର ଉପ-ନିର୍ବାଚନ । ନିର୍ବାଚନର ଚୂଡ଼ାନ୍ତ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

author img

By

Published : Oct 7, 2022, 7:23 AM IST

Updated : Oct 7, 2022, 8:26 AM IST

Dhamnagar By-poll: ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଆସନ୍ତା ନଭେମ୍ବର 3 ତାରିଖରେ ଧାମନଗର ବିଗ୍ ବ୍ୟାଟେଲ । ନଭେମ୍ବର 6 ତାରିଖରେ ଭୋଟ ଗଣିତ ସହ ପ୍ରକାଶ ପାଇବ ଫଳାଫଳ । ନିର୍ବାଚନର ଚୂଡ଼ାନ୍ତ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ(Chief Electoral Officer Sushil Kumar Lohani) । ଭିସି ଜରିଆରେ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ସିଇଓ । ଉପନିର୍ବାଚନ ନିମନ୍ତେ ଅତିରିକ୍ତ ବୁଥ୍ ସ୍ଥାପନ ବାବଦରେ ଲୋକଙ୍କୁ ସଚେତନ କରିବା ଲାଗି ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଭୋଟ ପରେ ନିର୍ବାଚନ ସାମଗ୍ରୀ ଗ୍ରହଣ, ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଟେଣ୍ଟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ କର୍ମଚାରୀଙ୍କୁ ସୁରକ୍ଷିତ ଭୋଟ ଗ୍ରହଣ କେନ୍ଦ୍ରକୁ ପଠାଇବା ସହ ପର୍ଯ୍ୟାପ୍ତ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜନ ବାବଦରେ ଆଲୋଚନା ହୋଇଛି । ବର୍ଷା ଦିନ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ଦିବ୍ୟାଙ୍ଗ ଭୋଟରମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା, ମଡେଲ ଓ ପିଙ୍କ ବୁଥ ସ୍ଥାପନ, ଭୋଟ ଗ୍ରହଣ ପୂର୍ବରୁ ଜିଲ୍ଲାରେ ସମସ୍ତ ମଦ ଦୋକାନ ସିଲ ବାବଦରେ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବଣ୍ଡାରି, ରିଟର୍ଣ୍ଣିଂ ଅଧିକାରୀ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ: Dhamnagar By-Poll: ବିଜୟ ନେଇ 3 ଦଳର ଦୃଢ ଦାବି, ଆମେ ଜିତିବୁ ନିର୍ବାଚନ

ଧାମନଗର ଉପନିର୍ବାଚନ ନଭେମ୍ବର 3ରେ ହୋଇ 6 ତାରିଖରେ ଫଳାଫଳ ଘୋଷଣା ହେବ । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର 14 ଯାଏଁ ନାମାଙ୍କନ ଦାଖଲ, 15ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ରହିବ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ(MLA Bishnu Sethi) ଦେହାନ୍ତ ପରେ ଖାଲି ପଡିଛି ଧାମନଗର ଆସନ(Dhamnagar assembly constituency) । ବିଷ୍ଣୁ ବିଧାନସଭାରେ ବିଜେପି ବିଧାୟକ ଦଳର ଉପ ନେତା ଥିଲେ । ଏମ୍‍ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ 2024 ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବାବେଳେ ଏହି ଉପନିର୍ବାଚନ ଉପରେ ସବୁ ପ୍ରମୁଖ ରାଜନୈତିକ ଦଳର ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 7, 2022, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.