ETV Bharat / city

ରୋଜଭ୍ୟାଲି ଠକେଇ: ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା CBI - ଶୁଭ୍ରା କୁଣ୍ଡୁ

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଶୁଭ୍ରାଙ୍କୁ ସିବିଆଇ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ । ଅଧିକ ପଢନ୍ତୁ...

ରୋଜଭ୍ୟାଲି ଠକେଇ: ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା CBI

author img

By

Published : Jan 17, 2021, 9:32 PM IST

Updated : Jan 17, 2021, 10:30 PM IST

ଭୁବନେଶ୍ବର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ୭ ଦିନିଆ ରିମାଣ୍ଡ ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହୋଇଥିଲା ଆବେଦନ। ତେବେ ଶୁଭ୍ରାଙ୍କୁ କୋଲକାତାରେ ଗିରଫ କରି ଆଜି ଭୁବନେଶ୍ବରକୁ ଆଣିଥିଲା ସିବିଆଇ। ଶୁଭ୍ରାଙ୍କୁ ସିବିଆଇ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ । ତେବେ ରୋଜ ଭ୍ୟାଲି ଚିଟଫଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଗୌତମ କୁଣ୍ଡୁ ଓ ତାଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ।

ରୋଜଭ୍ୟାଲି ଠକେଇ: ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା CBI

ରବିବାର ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁକୁ କୋର୍ଟ ଚାଲାଣ କରାଯାଇଥିଲା । ଏନେଇ କୋଲକତାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ବରରେ ପହଞ୍ଚିଲା ସିବିଆଇ। ପରେ ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ। ତେବେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାର ଗିରଫ କରିଛି ସିବିଆଇ। ସେ ରୋଜଭ୍ୟାଲି ମୁଖ୍ୟ ତଥା ଗିରଫ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ।ଯେକି ଚିଟଫଣ୍ଡ ମାମଲାରେ ସଂପୃକ୍ତ ଥିଲେ।

ଶୁକ୍ରବାର ରୋଜଭ୍ୟାଲି ଗ୍ରୁପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁ ଗିରଫ ହୋଇଥିଲେ । ଶୁଭ୍ରା କୁଣ୍ଡୁଙ୍କୁ କୋଲକାତାରୁ ଗିରଫ କରିଥିଲା ସିବିଆଇ । କୋଟି କୋଟି ଟଙ୍କା ଚିଟଫଣ୍ଡ ଠକେଇ ଲିଙ୍କ୍‌ରେ ଶୁଭ୍ରାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।

ପୋଞ୍ଜି ସ୍କିମ ଠକେଇରେ ସୁଭ୍ରାଙ୍କ ଭୂମିକାଙ୍କୁ ନେଇ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ସେ ଅନେକ ଦିନରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ସ୍କାନରରେ ରହିଥିଲେ । ରୋଜଭ୍ୟାଲି ଗ୍ରୁପ ହଜାର ହଜାର ଜମାକାରୀଙ୍କଠାରୁ ନିବେଶର ଅଧିକ ଗୁଣ ଅର୍ଥ ଫେରସ୍ତ ନେଇ ପ୍ରତିଶ୍ରୃତି ଦେଇ କୋଟି କୋଟି ଟଙ୍କା ଠକି ନେଇଥିଲା ।

ସିବିଆଇର ସୂତ୍ର ଅନୁଯାୟୀ ରୋଜଭ୍ୟାଲି ଦ୍ବାରା ଠକେଇ ହୋଇଥିବା ଜମାକାରୀଙ୍କ ଅର୍ଥର ମୂଲ୍ୟ 12 ହଜାର କୋଟିରୁ ଉର୍ଦ୍ଧ୍ବ ହେବ । ତେବେ ଘଟଣାରେ ଗୌତମ କୁଣ୍ଡୁ ଗିରଫ ହୋଇ ମାର୍ଚ୍ଚ 2015ରୁ ଜେଲରେ ଅଛନ୍ତି । ତାଙ୍କ ପତ୍ନୀ ଏକ ସୁନାଗହଣ ଦୋକାନ ଚଳାଉଥିବା ବେଳେ ତଦନ୍ତ ଆରମ୍ଭରୁ ଏହାକୁ ସିଲ କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 17, 2021, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.