ଭୁବନେଶ୍ବର: କୋଭିଡ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ ରେଡ୍ ଜୋନକୁ ଫେରିଛି । ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି ।


ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟରେ 1292928 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 1280954 ଜଣ ସୁସ୍ଥ ହୋଇଛନ୍ତି । ଏବେ ବି 2795 ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ତେବେ ସଂକ୍ରମଣ ବୃଦ୍ଧି ଘଟିଥିବା ବେଳେ କଟକ ଓ ଭୁବନେଶ୍ଵରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନିୟମକୁ କିଛି ଅମାନିଆ ମାନୁନଥିବା ଦେଖାଦେଇଛି । ତେବେ ବିନା ମାସ୍କରେ ବାହାରେ ବୁଲିଲେ କଡାକଡି ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର