ETV Bharat / city

ନବୀନ ନିବାସ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଘଟଣା, ଥାନାରେ ଏତଲା

author img

By

Published : Apr 21, 2021, 3:59 PM IST

Updated : Apr 21, 2021, 8:18 PM IST

ମଙ୍ଗଳବାର ଦଶମ ପରୀକ୍ଷାକୁ ଦୃଷ୍ଟିରେ ରଖି ନବୀନ ନିବାସ ଆଗରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ଘଟଣାରେ କ୍ୟାପିଟାଲ ଥାନାରେ ଏତଲା । ଅଧିକ ପଢନ୍ତୁ...

କ୍ୟାପିଟାଲ ଥାନାରେ ଏତଲା
କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର: ମଙ୍ଗଳବାର ଦଶମ ପରୀକ୍ଷାକୁ ଦୃଷ୍ଟିରେ ରଖି ନବୀନ ନିବାସ ଆଗରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ । ଏହି ଘଟଣାରେ ପିଲାମାନଙ୍କୁ ଉସକାଇ ବିକ୍ଷୋଭ କରାଯାଇଥିବା ଅଭିଯୋଗ କରି କ୍ୟାପିଟାଲ ଥାନାରେ ଏତଲା ଦାଏର ହୋଇଛି ।

କ୍ୟାପିଟାଲ ଥାନାରେ ଏତଲା

କୋଭିଡ ସମୟରେ ଏକାଧିକ ଛାତ୍ରଛାତ୍ରଙ୍କୁ ଏକାଠି କରି ବିକ୍ଷୋଭ ପ୍ରର୍ଦଶନ କରାଯିବା ଏକ ନିନ୍ଦନୀୟ ଘଟଣା । ଡହଡହ ଖରାରେ ପିଲାମାନଙ୍କୁ ଛିଡା କରି ଏପରି ବିକ୍ଷୋଭ କରିବା ଶିଶୁ ସୁରକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଛି ।

ଅର୍ଚ୍ଚନା ତ୍ରିପାଠୀ ଓ ତାଙ୍କ ସ୍ବାମୀ ପ୍ରଶାନ୍ତ ତ୍ରିପାଠୀ ପିଲାମାନଙ୍କୁ ଉସକାଇ ଏପରି କରିଥିବା ଅଭିଯୋଗ ହୋଇଛି । ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦାଏର କରିଛନ୍ତି ଫରେଷ୍ଟପାର୍କର ଗଣେଶ ଦାସ । ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏ ନେଇ ଆଇଆଇସିଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ପ୍ରକାଶ ଥାଉ କି, କୋରୋନା ମହାମାରୀର ଦ୍ବିତୀୟ ଲହରକୁ ନେଇ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । CBSE ଏବଂ ICSE ପରୀକ୍ଷା ବାତିଲ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Apr 21, 2021, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.