ETV Bharat / city

'ପାର୍ବଣ ଋତୁରେ ସତର୍କ ରହିଲେ ସୁପରସ୍ପ୍ରେଡ଼କୁ ଅଟକାଇପାରିବା'

author img

By

Published : Aug 5, 2021, 5:49 PM IST

ଆଗକୁ ଆସୁଛି ପାର୍ବଣ ଋତୁ । ଏଣୁ ଲୋକେ ସମସ୍ତ ନିୟମ ମାନି ସତର୍କ ରହିଲେ ସୁପରସ୍ପ୍ରେଡରକୁ ଅଟକାଇପାରିବା । ନଚେତ୍ ଏହି ପର୍ବପର୍ବାଣୀ ପୁଣି ଥରେ ସଂକ୍ରମଣ ବୃଦ୍ଧିର କାରଣ ହେବ ବୋଲି ସତର୍କ କଲେ କ୍ୟାପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅଧିକ ପଢନ୍ତୁ...

'ପାର୍ବଣ ଋତୁରେ ସତର୍କ ରହିଲେ ସୁପରସ୍ପ୍ରେଡ଼କୁ ଅଟକାଇପାରିବା'
'ପାର୍ବଣ ଋତୁରେ ସତର୍କ ରହିଲେ ସୁପରସ୍ପ୍ରେଡ଼କୁ ଅଟକାଇପାରିବା'

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ । ଅତୀତରେ ନିର୍ବାଚନ, ଧାର୍ମିକ ସମାବେଶ ଏବଂ ବିଭିନ୍ନ ପର୍ବପର୍ବାଣୀ ସଂକ୍ରମଣ ବୃଦ୍ଧିର କାରଣ ହୋଇଛି । ତେଣୁ ଆଗକୁ ପର୍ବପର୍ବାଣୀ ଆସୁଥିଲେ ହେଁ ଆମକୁ ସତର୍କ ରହିବାକୁ ପଡିବ । କୋଭିଡ ନିୟମ ମାନି ଅଯଥାରେ ଭିଡ ନ କରିବା ଉଚିତ୍ । ନଚେତ୍ ପୂଜାପର୍ବଗୁଡିକ ସୁପରସ୍ପ୍ରେଡର ହୋଇପାରନ୍ତି । ମଣିଷ ବଞ୍ଚି ରହିଲେ ପର୍ବପର୍ବାଣୀ ପାଳନ କରିବ । ତେଣୁ ଏସବୁଠୁ ବର୍ତ୍ତମାନ ସ୍ଥିତରେ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ 10ଟି ରାଜ୍ୟରେ ସଂକ୍ରମଣ ବଢିଲାଣି । ଓଡିଶାରେ କୋରୋନା ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ କଟକ ଓ ଭୁବନେଶ୍ବରରେ ଆର ଫ୍ୟାକ୍ଟର ଅଧିକ ରହିଛି । ଯେଉଁଠି ସଂକ୍ରମଣ ଅଧିକ ରହୁଛି ସେଠାରେ ଆର ଭ୍ୟାଲୁ ଅଧିକ ରହିଛି ଏବଂ ଆର ଭ୍ୟାଲୁ ଯେଉଁଠି ଅଧିକ ସେଠି ସଂକ୍ରମଣ ଅଧିକ । ଏ ଦୁଇଟି ପରସ୍ପର ପରିପୂରକ । ଏଣୁ ସଂକ୍ରମଣ ସଂଖ୍ୟା ଦେଖି କଟକଣା ରଖିବାକୁ ହେବ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ଦିଗରେ ରାଜ୍ୟବାସୀଙ୍କୁ ଚେତାଇଛନ୍ତି । ପୂର୍ବ ଭଳି ଗାଇଡଲାଇନ ଅନୁଯାୟୀ ସୀମିତ ଲୋକଙ୍କ ମଧ୍ୟରେ ପର୍ବପର୍ବାଣୀ ପାଳନ କରିବା ଉଚିତ୍ । ନହେଲେ ପୁଣି ଥରେ ରାଜ୍ୟ ବିପଦର ସମ୍ମୁଖୀନ ହେବ । ସରକାର ସମସ୍ତଙ୍କୁ ଟୀକାକରଣ କରିବା ଦିଗରେ ଗୁରୁତ୍ବାରୋପ କରୁଛନ୍ତି । ଭ୍ୟାକ୍ସିନ ଉତ୍ପାଦନକୁ ଦୃଷ୍ଟିରେ ରଖି ଟୀକାକରଣ କରାଯାଉଛି । ଏଣୁ ଲୋକେ ମଧ୍ୟ ଟିକା ନେଇ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ଲକ୍ଷ୍ମୀଧର ସାହୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.