ETV Bharat / city

BMC ହସ୍ପିଟାଲରେ କ୍ୟାନସର ସମ୍ବନ୍ଧୀୟ ଡାକ୍ତରୀ ପରାମର୍ଶ ସେବା ଆରମ୍ଭ - ଭୁବନେଶ୍ୱରରେ ହେବ କ୍ୟାନସର ହସ୍ପିଟାଲ

BMC ହସ୍ପିଟାଲରେ ଆରମ୍ଭ ହେଲା କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ ସେବା । ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ମିଳିବ ଏହି ସେବା । ଅଧିକ ପଢନ୍ତୁ

BMC ହସ୍ପିଟାଲରେ ଆରମ୍ଭ ହେଲା କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ
BMC ହସ୍ପିଟାଲରେ ଆରମ୍ଭ ହେଲା କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ
author img

By

Published : Sep 8, 2022, 6:27 PM IST

ଭୁବନେଶ୍ବର: ରାଜଧାନୀର BMC ହସ୍ପିଟାଲରେ ଆରମ୍ଭ ହେଲା କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ ସେବା । ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ । ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ମିଳିବ ଏହି ସେବା । ବିଏମସି ଓ HCG ପଣ୍ଡା କେନସର ହସ୍ପିଟାଲ ମିଳିତ ସହାୟତାରେ ଏହି ସେବା ଉପଲବ୍ଧ ହେବ ।

BMC ହସ୍ପିଟାଲରେ ଆରମ୍ଭ ହେଲା କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ

ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ୱରରେ ହେବ 200 ଶଯ୍ୟା ବିଶିଷ୍ଟ ଆଉ କ୍ୟାନସର ହସ୍ପିଟାଲ, ଟାଟା ମେମୋରିଆଲ୍ ସହ ଚୁକ୍ତି ସ୍ୱାକ୍ଷରିତ

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ କୁମାର ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ପଣ୍ଡା କ୍ୟାନସର ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡାଙ୍କ ଉପସ୍ଥିତିରେ ଏହି ସେବାର ଶୁଭାରମ୍ଭ କରାଯାଇଛି । ଦିନକୁ ଦିନ ବୃଦ୍ଧି ପାଉଥିବା କର୍କଟ ରୋଗୀଙ୍କ ନିଦାନ, ଚିକିତ୍ସା ଓ ପରାମର୍ଶ ପାଇଁ ଏହି ସେବା ବେଶ ଲାଭଦାୟକ ହୋଇପାରିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ କ୍ୟାନସର ହସ୍ପିଟାଲ ( There will be another cancer hospital in Bhubaneswar) । ଏହା ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ କରାଯିବ । ଏନେଇ ଟାଟା ମେମୋରିଆଲ୍ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ନାଇଜର କ୍ୟାମ୍ପସରେ ଟାଟା ମେମୋରିଆଲ ପକ୍ଷରୁ ନିର୍ମାଣ ହେବ ଏହି କ୍ୟାନସର ହସ୍ପିଟାଲ ।ନାଇଜର କ୍ୟାମ୍ପସରେ ଟାଟା ମେମୋରିଆଲ ପକ୍ଷରୁ ନିର୍ମାଣ କରାଯିବ ଏହି ହସ୍ପିଟାଲ । ଏହାର ସମ୍ପ୍ରସାରଣ ପାଇଁ ୪୦ ଏକର ଜମି ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର ।

ନିର୍ମାଣ ହେବାକୁ ଥିବା ଏହି କ୍ୟାନସର ହସ୍ପିଟାଲରେ ରୋଗୀଙ୍କ ପାଇଁ ରହିବ ୨୦୦ ଶଯ୍ୟା । ଏନେଇ ଟାଟା ମେମୋରିଆଲ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସାଇନ କରାଯାଇଛି । ତେବେ ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ନିର୍ମାଣ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହେବା ସହିତ ଶୁବଶୀଘ୍ର କାମ ଆରମ୍ଭ କରାଯିବ ।

ଏହି ହସ୍ପିଟାଲ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଭାବରେ ନିର୍ମାଣ କରାଯିବ । ଆଗାମୀ ୩ ବର୍ଷ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀମାନଙ୍କ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.