ETV Bharat / city

ଗୃହରେ ଉଠିଲା ମାନସ ହତ୍ୟାକାଣ୍ଡ ପ୍ରସଙ୍ଗ, CBI ତଦନ୍ତ ଦାବି କଲେ ସାଲୁଜା

author img

By

Published : Mar 28, 2022, 1:07 PM IST

Updated : Mar 28, 2022, 3:35 PM IST

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା । ଆଜି(ସୋମବାର) ବିଧାନସଭାର ଶୁନ୍ୟକାଳରେ ଉଠିଲା ଏହି ପ୍ରସଙ୍ଗ । ଅଧିକ ପଢନ୍ତୁ

Assembly Session: ଶୂନ୍ୟ କାଳରେ ଉଠିଲା ମାନସ ହତ୍ୟାକାଣ୍ଡ ମାମଲା

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାକୁ ଏ ପର୍ଯ୍ୟନ୍ତ ଧରିପାରିନାହିଁ ପୋଲିସ । ଏପଟେ ମାନସ ସ୍ବାଇଁ ହତ୍ୟାକାଣ୍ଡ ପ୍ରସଙ୍ଗ ଆଜି ଗୃହରେ ଉଠିଛି । ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଗୃହରେ ଉଠିଲା ମାନସ ହତ୍ୟାକାଣ୍ଡ ପ୍ରସଙ୍ଗ, CBI ତଦନ୍ତ ଦାବି କଲେ ସାଲୁଜା

ସାଲୁଜା କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ବି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅପରାଧୀ ଶର୍ମିଷ୍ଠାକୁ ଗିରଫ କରାଯାଇ ନାହିଁ । ସେକ୍ସ ସ୍କାଣ୍ଡାଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି । ଏଥିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ହାତ ରହିଛି ବୋଲି ମାନସର ମା' ଅଭିଯୋଗ କରିଛନ୍ତି । ତାଙ୍କ ଇଙ୍ଗିତରେ ହିଁ ହତ୍ୟା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ସହ ଗୃହରାଷ୍ଟ୍ର ମନ୍ତ୍ରୀ ଜଡିତ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ । ଏହି ଘଟଣା ଠିକ ମମିତା ହତ୍ୟାକାଣ୍ଡ ଭଳି । ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି । ଆଉ ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସିଛି । ମାତ୍ର ସବୁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତରେ ତାଙ୍କ ନାମ ରହିଲା ନାହିଁ । ଏଣୁ ଏହି ମାମଲାକୁ CBIକୁ ଦେବା ପାଇଁ ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ସୂଚନା ଥାଉ କି କ୍ୟାମେରା ମ୍ୟାନ ମାନସ ସ୍ବାଇଁକୁ ଅପହରଣ ପରେ ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା । ପରେ ନୟାଗଡରେ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଆଶ୍ରମ ବାହାରେ ସିସିଟିଭି ଲାଗିଥିବାରୁ ପ୍ରମାଣ ନଷ୍ଟ ପାଇଁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଚାପ ପକାଇଥିଲେ । ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଫେରାର ରହିଛନ୍ତି । ତେବେ ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ମାନସଙ୍କ ପରିବାର ଲୋକେ ।

ଏହା ବି ପଢନ୍ତୁ- Cameraman Murder Mystery: ମମିତା ଭଳି ମାନସଙ୍କୁ ହତ୍ୟା

ବିଦ୍ର: ମମିତା ଭଳି ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଗତକାଲି ଇଟିଭି ଭାରତରେ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Mar 28, 2022, 3:35 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.