ଭୁବନେଶ୍ବର: ଶେଷ ହେଲା ଷୋଡଶ ବିଧାନସଭା ନବମ ଅଧିବେଶନର (Budget session of Odisha Assembly was adjourned sine die ) ବଜେଟ ଅଧିବେଶନ। ଅଧିବେଶନରେ ମୋଟ ୬ ଟି କାର୍ଯ୍ୟ ଦିବସ ଥିଲାବେଳେ, ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହାବାଦ ୩୫୨ ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଅଧିବେଶନରେ ଗ୍ରହଣ କରାଯାଇଥିଲା । ସରକାର 4ଟି ଅଧ୍ୟାଦେଶ ଆଣିଥିବା ବେଳେ, ପାଞ୍ଚଟି ସରକାରୀ ବିଧେୟକ ଉପସ୍ଥାପନ ହୋଇଛି।
ଏତତ ବ୍ୟତୀତ ଅର୍ଥମନ୍ତ୍ରୀ 2022-23 ଆର୍ଥିକ ବର୍ଷ ପାଇଁ ଗୃହରେ ଆଗାମୀ 4 ମାସ ପାଇଁ 1 ଲକ୍ଷ 6 ହଜାର 498 କୋଟିର କାମଚଳା ବଜେଟ ଉପସ୍ଥାପନ କରିଥିଲେ । ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ