ETV Bharat / city

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା: ଧର୍ମେନ୍ଦ୍ର - ବଜେଟ ଉପରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା

ସୋମବାର ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ...

budget 2021 will profitable for odisha says dharmendra pradhan
ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା :ଧର୍ମେନ୍ଦ୍ର
author img

By

Published : Feb 1, 2021, 8:33 PM IST

ଭୁବନେଶ୍ବର: ସୋମବାର ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଚଳିତ ବଜେଟରେ ରାଜ୍ୟ ସିଂହଭାଗ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ରଙ୍କ ମତରେ ଚଳିତ ବଜେଟ ଯୋଗୁଁ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷଭାବରେ ଉପକୃତ ହୋଇପାରିବେ। କ୍ରୟ ଏବଂ ଖର୍କର ପୁନଃଉଦ୍ଧାର ସହ ପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା, ଭିତିଭୂମିକୁ ସୁଦୃଢ କରିବା, ଏମଏସଏମଇକୁ ଆଗ୍ରାଧିକାର ସହ ରୋଜଗାର ଓ ବିକାଶକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଏନେଇ ଟ୍ବଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁଣି ଥରେ ଅଧିକ ଏକ କୋଟି ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇ ଦେବା ପାଇଁ ବଜେଟରେ ବ୍ୟବସ୍ଥା ହେବ। ଆତ୍ମନିର୍ଭର ଭାରତ ସ୍ବାସ୍ଥ୍ୟ ଯୋଜନା, ପାନୀୟ ଜଳ, ସହରାଞ୍ଚଳରେ ଘର ନିର୍ମାଣ ଓ ପୋଷଣ ଅଭିଯାନ ନାଗରିକଙ୍କ ସ୍ବାସ୍ଥ୍ୟ ସହ ଜଡ଼ିତ । ବଜେଟରେ ଅର୍ଥମନ୍ତ୍ରୀ ଏହାକୁ ବିଶେଷ ମହତ୍ବ ଦେଇଛନ୍ତି ।

ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ ୨୦ କୋଟିରୁ ବୃଦ୍ଧି କରାଯାଇ ୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢା ସହ ରୋଜଗାରଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି । ଏଥିରୁ ଓଡ଼ିଶା ମଧ୍ୟ ଲାଭ ପାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କରୋନା ଟୀକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସାମଗ୍ରିକ ବଜେଟ ଦେଶ ଅର୍ଥନୀତିରେ ନୂଆ ସଞ୍ଚାର ଆଣିବ । କରଦାତା, ବରିଷ୍ଠ ନାଗରିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସରେ ରିହାତି ଦିଆଯାଇଛି । ମୋଟାମୋଟି ଭାବରେ 2021-22 ବଜେଟ ଲୋକଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.