ETV Bharat / city

BSKY Smart Card ପାଇଲା ନବରଙ୍ଗପୁର

author img

By

Published : Nov 27, 2021, 10:34 PM IST

ନବରଙ୍ଗପୁର ଜିଲ୍ଲା ବି ସାମିଲ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନାରେ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ଜିଲ୍ଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

BSKY Smart Card
BSKY Smart Card

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବି ସାମିଲ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ (Biju Swasthay Kalyan Yojan) ଯୋଜନାରେ । ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଭର୍ଚୁଆଲ ଯୋଗେ ଜିଲ୍ଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ବିଭନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିବା ସହିତ ଉଦଘାଟନ କରିଛନ୍ତି ।

BSKY Smart Card ପାଇଲା ନବରଙ୍ଗପୁର; VC ଯୋଗେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର ସହରର RCD ହାଇସ୍କୁଲ ପଡିଆ ଠାରେ ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ, ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମ ହୋଇଥିଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଜିଲ୍ଲାରେ ଶୁଭାରମ୍ଭ ହେବା ପରେ ଏହାଦ୍ବାରା ଜିଲ୍ଲାର 3 ଲକ୍ଷ 18 ହଜାର 476 ଲୋକ ଉପକୃତ ହେବେ ।

ସେହିପରି ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାର ୪୯ ଗୋଟି ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ ତିନି ଗୋଟି ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ମୋଟ ୪୪.୨୮ କୋଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ଏତତ ବ୍ୟତୀତ ୮୪.୫ କୋଟି ଟଙ୍କାର 12 ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ (Odisha Health Minister) କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରି କାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସମେତ ସ୍ଥାନୀୟ ସାଂସଦ ରମେଶ ମାଝୀ, ବିଧାୟକ ସଦାଶିବ ପ୍ରଧାନ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ ଓ ଝୋରିଗାଁ ବିଧାୟକ ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.