ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ଧଳା ଜହର କାରବାର । ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ କୋଟିଏ ଟଙ୍କାର ଧଳାଜହର ଜବତ କରାଯାଇଛି । ଏହାସହ ତିନି ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍(Crime Branch STF ) । ଜଟଣୀ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମକୁ ଖବର ମିଳିଥିଲା । ପରେ ଜଟଣୀ ରାଜା ବଜାରରେ ରେଡ ମାରିଥିଲା ଏସଟିଏଫ । ଆଉ ଚଢାଉ ସମୟରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଛି ।
ଏହାବି ପଢନ୍ତୁ : ତାରାଙ୍କ ଚାକର ଉପାଖ୍ୟାନ: PCC ସଭାପତି ପଦ କେବେ ମାଗିନି, ମିଳିଲେ ଛାଡିବିନି
ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ । ଏହାସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଓ ଗୋଟିଏ ପଲସର୍ ବାଇକ୍ ଜବତ ହୋଇଛି । ବ୍ରାଉନସୁଗାର କାରବାର ଅଭିଯୋଗରେ 3 ଜଣଙ୍କୁ ଗିରଫ କରାଯାଇଛି । ବନ୍ଧା ହୋଇଥିବା ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତି ନଗରର ସେକ ସମୀର ଏବଂ ସୟଦ୍ ଇମ୍ତିୟାଜ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ