ETV Bharat / city

ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ; ପିକଅପ ଭ୍ୟାନ ଜବତ କଲା ଏସଟିଏଫ

author img

By

Published : Mar 14, 2021, 11:55 AM IST

ପିକଅପ ଭ୍ୟାନର ପଛ ଡାଲାରେ ସିକ୍ରେଟ ଚାମ୍ବର କରି ଚାଲାଣ ହେଉଥିଲା ଗଞ୍ଜେଇ । ଖବର ପାଇ ଏସଟିଏଫ ଟିମ ଗାଡିକୁ ଜବତ କରିବା ସହ 2 ଜଣ ଗିରଫ । ଅଧିକ ପଢନ୍ତୁ...

ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ
ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ

ଭୁବନେଶ୍ବର: ଗଞ୍ଜେଇ ଚୋରା ଚାଲାଣର ନୂଆ ଉପାୟ । ପିକଅପ ଭ୍ୟାନର ପଛ ଡାଲାରେ ସିକ୍ରେଟ ଚାମ୍ବର କରି ଚାଲାଣ ହେଉଥିଲା ଗଞ୍ଜେଇ । ଖବର ପାଇ ଏସଟିଏଫ ଟିମ ଗାଡିକୁ ଜବତ କରିଛି । ବୌଦ୍ଧ ବାଉଶୁଣି ଶଙ୍ଖାରି ଛକରୁ ପିକପ ଭ୍ୟାନ OD05AZ6553 ନଂ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ମଧ୍ୟ ଗିରଫ କରିଛି ଏସଟିଏଫ । ସେମାନଙ୍କୁ ଠାରୁ 72 କେଜି ଗଞ୍ଜେଇ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋରାପୁଟ ଲକ୍ଷ୍ମଣ ଜାଲ ହୋଇଥିବାବେଳେ ଅନ୍ୟ ଜଣେ ରାୟଗଡାର ରମେଶ ଚନ୍ଦ୍ର କୈଶଲ୍ୟ । ଉଭୟଙ୍କୁ ଏନଡିପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ପୋଲିସ ସ୍କାନରରୁ ଖସିବାକୁ ଗାଡି ଖାଲି ଅଛି କହି ଖସିଯାଉଥିଲେ ଅଭିଯୁକ୍ତ ।

ସୂଚନା ଆଧାରରେ, ଏଯାବତ ବର୍ଷ ଆରମ୍ଭରୁ ୮ଟି କେସରେ ୯ ଜଣଙ୍କୁ ଗିରଫ କଲାଣି ଏସଟିଏଫ । ୪କେଜି ୫୦୬ ଗ୍ରାମ ବ୍ରାଉନସୁଗାର ସହ ୨୦୭୨ କେଜି ଗଞ୍ଜେଇ ଜବତ କରିଛି ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.