ETV Bharat / city

ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ବନ୍ଧା ହେଲା ପୁରୁଷବନ୍ଧୁ - ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲା

ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲା । ଗିରଫ ହେଲେ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନା । ଅଧିକ ପଢନ୍ତୁ

ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ବନ୍ଧା ହେଲେ ବୟଫ୍ରେଣ୍ଡ

author img

By

Published : Sep 2, 2022, 1:53 PM IST

ଭୁବନେଶ୍ବର: ରାଜଧାନୀ ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ(Subhashree Mohapatra Death Case) ଗିରଫ ହେଲେ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନା (Subhashree Mohapatra Boy Friend Arrested) । ଆତ୍ମହତ୍ୟା ସ୍ଥଳରେ ଉପସ୍ଥିତ ରହିବା, ଆତ୍ମହତ୍ୟା ପରେ ସବୁ ଜାଣି ବି ପ୍ରମାଣ ଲୁଚାଇବା ଆଦି ମାମଲାରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଆଜି ନୟାଗଡ଼ରୁ ଚିତ୍ତରଞ୍ଜନଙ୍କୁ ଗିରଫ କରାଯାଇଛି । ଶୁଭଶ୍ରୀ ଓଢଣିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଚିତ୍ତରଞ୍ଜନ ତାଙ୍କ ଝୁଲନ୍ତା ମୃତଦେହ ତଳକୁ ଆଣିଥିଲେ । ଏହାପରେ ସେ ନିଜ ସାଙ୍ଗରେ ଓଢଣିକୁ ନେଇ ଏକ ସ୍ଥାନରେ ଫିଙ୍ଗି ଦେଇଥିଲେ । ଘରେ ମୃତଦେହ ପଡ଼ିଥିବା ବେଳେ କାହାରିକୁ ନ ଜଣାଇ ସେ ସେଠାରୁ ଚାଲି ଆସିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଶୁଭଶ୍ରୀଙ୍କ ଘର ନୟାଗଡର ମାନପୁର ଗାଁରେ । ସେ ପାଞ୍ଚ ବର୍ଷ ତଳେ ଜଗସିଂହପୁର ଅଞ୍ଚଳର ଅନନ୍ତ ନାରାୟଣ ନାଥଙ୍କୁ ପ୍ରେମ ବିବାହ କରିଥିଲେ । ଅନନ୍ତ ଭୁବନେଶ୍ୱରରେ ଚାକିରି କରିଥିବାରୁ ତାଙ୍କର 3 ବର୍ଷର ପୁଅ ସହ ଶୁଭଶ୍ରୀଙ୍କୁ ନେଇ ଭୁବନେଶ୍ୱରେ ଭଡା ଘରେ ରହୁଥିଲେ । ଗତ ଅଗଷ୍ଟ ୩୦ ତାରିଖ ଦିନ ଖାରବେଳନଗର ଥାନା ଶାସ୍ତ୍ରୀନଗର ସ୍ଥିତ ଏକ ଭଡା ଘରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବେକରେ ଚିହ୍ନ ରହିଥିବା ବେଳେ ମୁହଁ ଓ ନାକରେ ଦାଗ ରହିଥିଲା । ଏନେଇ ତାଙ୍କ ସ୍ବାମୀ ଥାନାରେ ସ୍ତ୍ରୀକୁ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ଦେଇଥିଲେ । ସେହିପରି ମୃତ ଶୁଭଶ୍ରୀଙ୍କ ପରିବାର ଲୋକେ ମଧ୍ୟ ହତ୍ୟା ନେଇ ସନ୍ଦେହ ପ୍ରକାଶ କରିଥିଲେ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

ଏହାମଧ୍ୟ ପଢନ୍ତୁ: ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ, ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ

ଗୁରୁବାର ଏହି ଘଟଣାରେ ପୋଲିସ ଶୁଭଶ୍ରୀଙ୍କ କଲ ହିଷ୍ଟ୍ରି ଦେଖିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ସେ ନୟାଗଡର ଜଣେ ଯୁବକ ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ ଏବଂ ମୃତ୍ୟୁ ପୂର୍ବରୁ ମଧ୍ୟ ସେହି ଯୁବକଙ୍କୁ ୭ରୁ ୮ଥର କଲ୍ କରିଥିଲେ । ଏହାପରେ ୨୭ ସେକେଣ୍ଡ କଥା ହୋଇଥିଲେ, କଥା ହେବାର କିଛି ସମୟପରେ ମହିଳା ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶୁଭଶ୍ରୀଙ୍କ ସିଡିଆରରୁ ମିଳିଥିବା ତଥ୍ୟ ଆଧାରରେ ବୟଫ୍ରେଣ୍ଡ ଚିତ୍ତରଞ୍ଜନଙ୍କୁ ଅଟକ ରଖି ଖାରବେଳନଗର ପୋଲିସ ପଚରାଉଚରା କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.