ETV Bharat / city

ରାଜଧାନୀରେ ୩ଟି ମଲ୍‌ରେ ବୁଷ୍ଟର ଡୋଜ୍‌ ଟୀକାକରଣ ଆରମ୍ଭ - ଭୁବନେଶ୍ବର ମଲରେ କୋରୋନା ଟୀକାକରଣ

ଭୁବନେଶ୍ବରର ସିମ୍ଫୋନି, ରେଗାଲିଆ ଓ ରସୁଲଗଡ ଏସପ୍ଲାନେଡ ମଲରେ ଆରମ୍ଭ ହେଲା ବୁଷ୍ଟର ଡୋଜ ଟୀକାକରଣ । ଅଧିକ ପଢନ୍ତୁ

ରାଜଧାନୀରେ ୩ଟି ମଲରେ ଆରମ୍ଭ ହେଲା ବୁଷ୍ଟର ଡୋଜ ଟୀକାକରଣ

author img

By

Published : Jul 21, 2022, 12:41 PM IST

ଭୁବନେଶ୍ବର: ଟୀକାକରଣକୁ ତ୍ବରାନ୍ବିତ କରିବାକୁ ଭୁବନେଶ୍ବରର ମଲ୍‌ରେ ଆରମ୍ଭ ହେଲା ବୁଷ୍ଟର ଡୋଜ ଟୀକାକରଣ ପ୍ରକ୍ରିୟା । ରାଜଧାନୀର ୩ଟି ମଲ ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ, ପାତ୍ରପଡା ସ୍ଥିତ ଡିଏନ ରେଗାଲିଆ ମଲ, ରସୁଲଗଡ ଏସପ୍ଲାନେଡରେ ଆରମ୍ଭ ହୋଇଛି ଟୀକାକରଣ । ଡିଏନ ରେଗାଲିଆ ଠାରେ ଏହାର ଉଦ୍ଘାଟନ କରିଛନ୍ତି ଭୁବନେଶ୍ବର ମେୟର ସୁଲଚନା ଦାସ ।

ରାଜଧାନୀରେ ୩ଟି ମଲରେ ଆରମ୍ଭ ହେଲା ବୁଷ୍ଟର ଡୋଜ ଟୀକାକରଣ

BMC କମିଶନର, ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ମଲ୍‌ ପରି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଭୁବନେଶ୍ବର ମହାନଗର ନିଗମ(BMC) ପକ୍ଷରୁ ଟୀକାକରଣ ଆଜିଠାରୁ ଆରମ୍ଭ ହୋଇଛି । ପୂର୍ବରୁ ୨୭ଟି କେନ୍ଦ୍ରରେ ଟୀକାଦାନ କରାଯାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି ।

ଭୁବନେଶ୍ବରରେ କୋରୋନା ସଂକ୍ରମଣ ବୃଦ୍ଧି ହେତୁ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଟୀକାକରଣ ଅଧିକରୁ ଅଧିକ ହୋଇପାରିବ । ଗତ ୧୫ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା ମାଗଣା ବୁଷ୍ଟର ଡୋଜ ଟୀକାକରଣ 75 ଦିନ ପର୍ଯ୍ୟନ୍ତ ଜାରି ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.