ETV Bharat / city

ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଚାଞ୍ଚଲ୍ୟ, ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର - ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଭଡା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁଅକୁ ହତ୍ୟା କରିଥିବା କହିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Jun 3, 2022, 9:07 AM IST

ଭୁବନେଶ୍ବର: ବନ୍ଦ ଘରୁ ୧୯ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଥିବା ଏକ ଘରୁ ଠାବ ହୋଇଛି ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ନରସିଂହପୁର ବ୍ଳକର ଶ୍ରଦ୍ଧାପୁର ପଞ୍ଚାୟତର ସୁକାଟୋ ଗ୍ରାମର ଦୀପକ ବେହେରା । ସେ ଭୁନେଶ୍ବରରେ ଭଡା ଘରେ ରହୁଥିବା ବେଳେ ଏକ ଘରୋଇ କଲେଜରେ ମ୍ୟାନେଜମେଣ୍ଟ କୋର୍ସ କରୁଥିଲେ । ଶୁକ୍ରବାର ମୃତଦେହ ମିଳିବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକ ଜଣଙ୍କ ୩ଦିନ ହେଲା ଭଡାରେ ରହୁଥିବା ବେଳେତାଙ୍କର ମୃତଦେହ ଠାବ ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ କରୁଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। କାରଣ ସୋମବାର ଦିନ ଘରୋଇ କଲେଜର ହଷ୍ଟେଲରେ ସେ ରହିଥିବା ବେଳେ ଫୋନ ତାଙ୍କର ଅନ୍ୟ କାହା ପାଖରେ ଥିଲା । ଏହାସହ ସେ ଏକ ସଂସ୍ଥାରେ କାର୍ଯ୍ୟ କରୁଥିବା କ୍ୟାମେରା ବିକ୍ରିକୁ ନେଇ ଝଗଡା ହୋଇଥିଲା ଅର୍ଥାତ କ୍ୟାମେରା ନେଇଥିବା ବ୍ୟକ୍ତି ବିଲ ଦେଲେ ପଇସା ଦେବି କହି ଦୀପକର ଫୋନ ନେଇଯାଇଥିଲେ । ଏପରିକି ମାରିଦେବା ବୋଲି ଧମକ ଦେଇଥିବା ଘର ଲୋକେ ଅଭିଯୋଗ କରିଛନ୍ତି । ତେବେ କ୍ୟାମେରା ପାଇଁ ଦୀପକଙ୍କର ଜୀବନ ଚାଲିଗଲା ନା ଏହା ପଛରେ ରହିଛି କିଛି ଅନ୍ୟ କାରଣ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.