ଭୁବନେଶ୍ବର: କରୋନା ସଂକ୍ରମଣ ମୁକାବିଲା ନେଇ ବିଏମସି ପକ୍ଷରୁ ବଢୁଛି କଟକଣା । ଭୁବନେଶ୍ବରରେ ଥିବା ବିଭିନ୍ନ ଛୋଟ ବଡ଼ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକ ଉପରେ କଟକଣା ଲଗାଯାଇଛି ।
ଆସନ୍ତା କାଲି ଠାରୁ ଭୁବନେଶ୍ବରରେ ଥିବା କପଡା ଦୋକାନ, ଗୋଦାମ, ପାନ ଦୋକାନ, ଓମ୍ଫେଡ଼ ପାର୍ଲର, ସମସ୍ତ ଚା ଦୋକାନ, ଆଇସକ୍ରିମ ପାର୍ଲର ବନ୍ଦ ରହିବ । ସେହିପରି ଜୁସ ସେଣ୍ଟରରେ କେବଳ ଫଳ ବିକ୍ରୟ କରିପାରିବେ କିନ୍ତୁ ଜୁସ ବିକ୍ରି କରିପାରିବେନି ।
ଆପୋଲଫେଡ ଗୁଡିକରେ ରନ୍ଧା ଖାଦ୍ୟ ବିକ୍ରି ଉପରେ ମଧ୍ୟ ଲଗାଯାଇଛି କଟକଣା । ଏହି ନିର୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ