ଭୁବନେଶ୍ବର: ସ୍ମାର୍ଟସିଟିରେ ବିଏମସି ପକ୍ଷରୁ ଆରମ୍ଭ ହେଲା ଦେୟ ଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା । 3ଟି ଓୟୋ ହୋଟେଲରେ ଏସି ଓ ନନଏସି ରୁମ ଭଳି ମୋଟ 40ଟି ରୁମ ରହିଛି । ସେଠାରେ ଡାକ୍ତରଙ୍କ ସ୍ବାସ୍ଥ୍ୟଗତ ପରାମର୍ଶ ଉପଲବ୍ଧ ହେବ।
କିମ୍ସ ,ସମ ଓ କଳିଙ୍ଗ ହସ୍ପିଟାଲ ନିକଟରେ 3ଟି ଓୟୋରେ ଏହି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ