ETV Bharat / city

କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ: ୧୦ ଘରୋଇ ହସ୍ପିଟାଲକୁ ନୋଟିସ ଜାରିକଲା ବିଏମସି - ଭୁବନେଶ୍ବର ଖବର

ବିଭିନ୍ନ ସମୟରେ କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ ହେବା ପରେ କଠୋର ହୋଇଛି ବିଏମସି । ଏନେଇ ୧୦ଟି ଘରୋଇ ହସ୍ପିଟାଲକୁ ନୋଟିସ ଜାରିକରିଛି । ଏହି ସମୟ ଭିତରେ କାରଣ ନ ଦର୍ଶାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ: ୧୦ଟି ଘରୋଇ ହସ୍ପିଟାଲକୁ ନୋଟିସ ଜାରିକଲା ବିଏମସି

author img

By

Published : Jun 25, 2020, 10:25 PM IST

ଭୁବନେଶ୍ବର: ବିଭିନ୍ନ ସମୟରେ କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ ହେବା ପରେ କଠୋର ହୋଇଛି ବିଏମସି । ଏନେଇ ୧୦ଟି ଘରୋଇ ହସ୍ପିଟାଲକୁ ନୋଟିସ ଜାରିକରିଛି । ଏହି ସମୟ ଭିତରେ କାରଣ ନ ଦର୍ଶାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ: ୧୦ଟି ଘରୋଇ ହସ୍ପିଟାଲକୁ ନୋଟିସ ଜାରିକଲା ବିଏମସି

ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଏମସି ୩ଟି ଜୋନରେ ଥିବା ୧୦ଟି ହସ୍ପିଟାଲକୁ ନୋଟିସ ଜାରି କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ବୁଧବାର ମଞ୍ଚେଶ୍ୱର ସ୍ଥିତ ବ୍ଲ୍ୟୁ ୱିଲ ହସ୍ପିଟାଲ କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ହସ୍ପିଟାଲକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ଏହା ସହ ହସ୍ପିଟାଲ ବିରୋଧରେ ଫୌଜଦାରୀ ମୋକଦ୍ଦମା ଦାୟର କରାଯାଇଛି।

ସେଥିପାଇଁ ଗୁରୁବାର ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ , ଉସ୍ଥି ହସ୍ପିଟାଲ, ଆପୋଲୋ ହସ୍ପିଟାଲ, ନୀଳାଚଳ ହସ୍ପିଟାଲ, କର କ୍ଲିନିକ, ଡ଼ ମୋହନ ଡାଇବେଟିସ ସେଣ୍ଟର, ବିବେକାନନ୍ଦ ହସ୍ପିଟାଲ, କେୟାର ହସ୍ପିଟାଲ, ହେଲଥ ଭିଲେଜ ହସ୍ପିଟାଲ ଓ ରୁଚିକା ନର୍ସିଂହୋମକୁ ବିଏମସି, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଟିମ ଯାଞ୍ଚ କରି ନୋଟିସ ଜାରି କରିଛି । କୋଭିଡ ନିୟମ ସଠିକ ଭାବେ ପାଳନ କରୁଛନ୍ତି କି ନାହିଁ, ସେ ନେଇ ଯାଞ୍ଚ କରାଯାଉଛି। ହସ୍ପିଟାଲ ଗୁଡିକର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଙ୍ଗ ହେଉଛି କି ନାହିଁ, ହସ୍ପିଟାଲ ସାନିଟାଇଜ ହେଇଛି କି ନାହିଁ, କର୍ମଚାରୀ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ, ରୋଗୀ ଓ ହସ୍ପିଟାଲକୁ ଆସୁଥିବା ସମସ୍ତଙ୍କ ସବିଶେଷ ତଥ୍ୟ ରଖା ଯାଉଛି ନା ନାହିଁ, କେତେ ସଂଖ୍ୟକ କର୍ମଚାରୀ ଡ୍ୟୁଟି କରୁଛନ୍ତି ସେ ସବୁକୁ କଡାକଡି ଭାବେ ଯାଞ୍ଚ କରାଯାଉଛି। ଆଗକୁ ଏଭଳି ଯାଞ୍ଚ ପ୍ରକ୍ରିୟା ଜାରି ରହିବ। କୋଭିଡ ନିୟମ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.