ଭୁବନେଶ୍ବର : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ହେଲେ କୋଭିଡ ସଂକ୍ରମଣ ପାଇଁ ବିଏମସି ପକ୍ଷରୁ ଡଙ୍ଗା ଭସା ଉପରେ ଲଗାଯାଇଛି କଟକଣା । ଆଉ ଏନେଇ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡ଼ଲାଇନ । ବିନ୍ଦୁସାଗର, ନଦୀପଠା ଓ ଜଳାଶୟରେ ବୋଇତ ବନ୍ଦାଣ ଓ ଭକ୍ତଙ୍କ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇଛି । ଏନେଇ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ପାରିବେନି ଶ୍ରଦ୍ଧାଳୁ ।
ଯାହାକୁ ନେଇ ଚିନ୍ତାରେ ଡ଼ଙ୍ଗା ବ୍ୟବସାୟୀ । ଡଙ୍ଗା ଭସାଇବା ଉପରେ କଟକଣା ଜାରି ହୋଇଥିବା ବେଳେ ଡଙ୍ଗା କିଣିବା ପାଇଁ ଦୋକାନରେ ମଧ୍ୟ ଲୋକଙ୍କ ଭିଡ ଦେଖିବାକୁ ମିଳୁନି । ପରମ୍ପରା ରକ୍ଷା ପାଇଁ ଯଦିଓ କେହି କେହି ଡଙ୍ଗା କିଣିବାକୁ ଆସୁଛନ୍ତି । ହେଲେ ଏଥର ବ୍ୟବସାୟ ମାନ୍ଦା ଥିବା କହିଛନ୍ତି ବ୍ୟବସାୟୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ