ETV Bharat / city

ଖାଦ୍ୟ ସାମଗ୍ରୀ ଉପରେ ବିଏମସିର କଡା ନଜର - ବିଏମସି ସ୍ବଚ୍ଛ ପରିମଳ

ସ୍ବଚ୍ଛ ପରିମଳ ତ ଆଉ କେତେବେଳେ ଖାଦ୍ୟ ସାମଗ୍ରୀ ଯାଞ୍ଚ। ବିଏମସି ପକ୍ଷରୁ ବିଭିନ୍ନ ହୋଟେଲ, ଠେଲା, ଫୁଡ଼ ପାର୍ଲର ଉପରେ ଅତର୍କିତ ଚଢ଼ାଉ। ଅଧିକ ପଢନ୍ତୁ...

ଖାଦ୍ୟ ସାମଗ୍ରୀ ଉପରେ ବିଏମସିର କଡା ନଜର
ଖାଦ୍ୟ ସାମଗ୍ରୀ ଉପରେ ବିଏମସିର କଡା ନଜର
author img

By

Published : Jan 13, 2021, 10:57 PM IST

ଭୁବନେଶ୍ବର: ଆକ୍ସନ ମୁଡ଼ରେ ବିଏମସି । କେତେବେଳେ ସ୍ବଚ୍ଛ ପରିମଳ ତ ଆଉ କେତେବେଳେ ଖାଦ୍ୟ ସାମଗ୍ରୀ ଯାଞ୍ଚ। ବିଏମସି ପକ୍ଷରୁ ବିଭିନ୍ନ ହୋଟେଲ, ଠେଲା, ଫୁଡ଼ ପାର୍ଲର ଉପରେ ଅତର୍କିତ ଚଢ଼ାଉ।

ବୁଧବାର ସିଆରପିଏଫ ଛକରୁ ଷ୍ଟେୱାର୍ଟ ଛକ ଏବଂ ଫାୟାର ଷ୍ଟେସନ ଛକରେ ବିଏମସି ପକ୍ଷରୁ ବିଭିନ୍ନ ହୋଟେଲ,ଠେଲା ଗାଡି ଓ ଫୁଡ଼ ପାର୍ଲର ଉପରେ ଚଢ଼ାଉ କରାଯାଇଥିଲା। ଖାଦ୍ୟର ମାନ ଖରାପ ଥିବାରୁ ପାଖାପାଖି 50ରୁ ଉର୍ଦ୍ଧ୍ବ ଦୋକାନୀ ଓ ଠେଲାରୁ 26500 ଟଙ୍କା ଫାଇନ ଆଦାୟ କରାଯାଇଛି।

ପ୍ରାୟ ଦେଢ଼ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନୀଚମାନର ଖାଦ୍ୟକୁ ଜବତ କରି ବିଏମସି ନଷ୍ଟ କରିଛି । ଚଢ଼ାଉରେ ବିଏମସି ଜୋନାଲ ଡେପୁଟି କମିଶନର, ଫୁଡ଼ ଇନସ୍ପେକ୍ଟର, ବିଏମସି ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡରେ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.