ETV Bharat / city

'ସରକାର ନିଷ୍କ୍ରିୟ, କଳାବଜାରୀ ସକ୍ରିୟ' - କଳା ବଜାରୀ

ରାଜ୍ୟରେ ସାର କଳା ବଜାର ବଢିବା କାରଣରୁ ସରକାର ନିଷ୍କ୍ରିୟ ଥିବା ବେଳେ କଳାବଜାରୀ ସକ୍ରିୟ ବୋଲି ବିଜେପି କୃଷକ ସେଲ ଅଧ୍ୟକ୍ଷ ପ୍ରଦୀପ ପୁରୋହିତ କହିଛନ୍ତି । ଅଧିକ ପଢନ୍ତୁ...

'ସରକାର ନିଷ୍କ୍ରିୟ, କଳାବଜାରୀ ସକ୍ରିୟ'
'ସରକାର ନିଷ୍କ୍ରିୟ, କଳାବଜାରୀ ସକ୍ରିୟ'
author img

By

Published : Jul 23, 2021, 7:17 PM IST

ଭୁବନେଶ୍ବର: ରାଜ୍ୟର ଚାଷୀମାନଙ୍କ ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି କୃଷି ବିଭାଗ ଓ ସମବାୟ ସଚିବଙ୍କୁ ଭେଟିଛନ୍ତି ବିଜେପି କୃଷକ ସେଲ ଅଧ୍ୟକ୍ଷ ପ୍ରଦୀପ ପୁରୋହିତ । ଉଭୟ ସଚିବଙ୍କ ସମ୍ମୁଖରେ ସେ ୨ଟି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଧାନ ସଂଗ୍ରହ ରେଜିଷ୍ଟ୍ରେସନ୍ ଅବଧି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କୃଷି ସଚିବଙ୍କ ନିକଟରେ ସେ ଦାବି କରିଛନ୍ତି । ରାଜ୍ୟରେ ସାରର କଳା ବଜାର ବଢିବା କାରଣରୁ ସରକାର ନିଷ୍କ୍ରିୟ ଥିବା ବେଳେ କଳାବଜାରୀ ସକ୍ରିୟ ବୋଲି ସେ କହିଛନ୍ତି ।

'ସରକାର ନିଷ୍କ୍ରିୟ, କଳାବଜାରୀ ସକ୍ରିୟ'

ଖରିଫ ଋତୁରେ ଧାନବିକ୍ରୀ ପାଇଁ ଚଳିତ ମାସ ୧୫ ତାରିଖରୁ ଚାଷୀମାନଙ୍କ ନାମ ପଞ୍ଜିକୃତ କରିବା କାର୍ଯ୍ୟ ରାଜ୍ୟର ସେବା ସମବାୟ ସୋସାଇଟିଙ୍କ ଜରିଆରେ ଆରମ୍ଭ ହୋଇଛି । ଏହି ସୋସାଇଟିଗୁଡିକରେ ଏବେ ଚାଷୀଙ୍କୁ ଋଣ ପ୍ରଦାନ, ଫସଲ ବୀମା ପ୍ରିମିୟମ ଟଙ୍କା ଜମା ଆଦି କାର୍ଯ୍ୟ ମଧ୍ୟ ଚାଲିଛି । ଅଧିକାଂଶ ସୋସାଇଟିରେ କର୍ମଚାରୀଙ୍କ ଘୋର ଅଭାବ ରହିଛି । ଗୋଟିଏ ମାସ ଭିତରେ ଯେତେ ଚାଷୀ ଧାନବିକ୍ରୀ ପାଇଁ ପଞ୍ଜିକୃତ କରିବା ପାଇଁ ଚାହିଁବେ ସମସ୍ତ ଚାଷୀ ପଞ୍ଜୀକୃତ କରିପାରିବା ଭଳି ସମ୍ଭାବନା ଦେଖାଯାଉନାହିଁ । ତେଣୁ ଧାନବିକ୍ରୀ ପାଇଁ ଚାଷୀଙ୍କ ପଞ୍ଜିକୃତ ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି ।

ରାଜ୍ୟରେ ଚାଲିଥିବା ସାର କଳାବଜାର ରୋକ ଓ କଳାବଜାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସମବାୟ ସଚିବଙ୍କ ଆଗରେ ସେ ଦାବି କରିଛନ୍ତି । ସେହିପରି ଚାଷ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ରାଜ୍ୟରେ ସାରର କଳାବଜାର ମଧ୍ୟ ଆରମ୍ଭ ହୋଇଗଲାଣି । ସାରାରାଜ୍ୟରେ ସାର କଳାବଜାର ବେପାରୀ ମାନେ ପୁଣି ଥରେ ସକ୍ରିୟ ହୋଇ ଉଠିଲେଣି । ୟୁରିଆ ସାର ସରକାରୀ ଦର ୨୬୬ଟଙ୍କା ୫୦ ପଇସା ଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ବଜାରରେ ଖୋଲା ବଜାରରେ କଳାବଜାରୀମାନେ ୪ ଶହ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିଛନ୍ତି । ସେହିପରି ଡି.ଏ.ପି ସାର ୧୨ ଶହ ଟଙ୍କା ସରକାରୀ ଦରରୁ ୧୬ଶହ ଟଙ୍କା, ପଟାସ ୯୭୫ ଟଙ୍କାକୁ ୧୧ ଶହ ଟଙ୍କାରେ କଳାବଜାରରେ ବିକ୍ରି ଚାଲିଛି ।

ରାଜ୍ୟରେ ଚାଲିଥିବା ସାରର କଳାବଜାରକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି । ରାଜ୍ୟର ସମସ୍ତ କଳାବଜାରୀ ବେପାରୀଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ରୁଜୁ କରାଯାଉ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.