ETV Bharat / city

ତୀବ୍ର ହେବ ପରୀ ପ୍ରସଙ୍ଗ: ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା କରିବ ବିଜେପି - 147 ବିଧାନସଭା

ରାଜ୍ୟରେ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିଶୁ ଅତ୍ୟାଚାର ବୃଦ୍ଧିକୁ ନେଇ 147 ବିଧାନସଭା ଅଞ୍ଚଳରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

ତୀବ୍ର ହେବ ପରୀ ପ୍ରସଙ୍ଗ
ତୀବ୍ର ହେବ ପରୀ ପ୍ରସଙ୍ଗ
author img

By

Published : Dec 16, 2020, 2:07 PM IST

Updated : Dec 16, 2020, 3:43 PM IST

ଭୁବନେଶ୍ବର: ରାଜ୍ୟରେ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିଶୁ ଅତ୍ୟାଚାର ବୃଦ୍ଧିକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ । ନ୍ୟାୟ ଦାବିରେ ଆନ୍ଦୋଳନ କରିବ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି ।

ତୀବ୍ର ହେବ ପରୀ ପ୍ରସଙ୍ଗ

ପରୀ ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବି କରି ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ । ଡିସେମ୍ବର 16 ତାରିଖରୁ 20 ତାରିଖ ଯାଏ ପରୀକୁ ନ୍ୟାୟ ମିଳିବା ଦାବିରେ 147 ଟି ବିଧାନସଭା କ୍ଷେତ୍ରରେ ପଦଯାତ୍ରା କରାଯିବ ବୋଲି ସେ କହିଛନ୍ତି ।

ସେହିପରି ବିଗତ 15 ଦିନ ହେବ ରାଜ୍ୟରେ ଶିଶୁ ଅପହରଣ ଘଟଣା ସମସ୍ତଙ୍କୁ ଚକିତ କରିଛି । ଯାଜପୁର, ଜଳେଶ୍ବରରେ ଶିଶୁ ଅପହରଣ ମାମଲା ଚାଲିଥିବାବେଳେ ପୁଣି ଥରେ ନୟାଗଡ ଦଧିପଟଣା ଗାଁରୁ 4 ଦିନ ତଳେ ନିଖୋଜ ହୋଇଥିବା ଏକ ଶିଶୁର ମୃତଦେହ ମିଳିଲା । ଘଟଣା ସାମ୍ନାକୁ ଆସିବା ବେଳେ ଆମେ ସେଠି ଉପସ୍ଥିତ ଥିଲୁ । ଆମେ ସନ୍ଦେହ କରୁଛୁ ଶିଶୁଟିକୁ ପୂର୍ବଦିନ ହତ୍ୟାକରି ସେ ପୋଖରୀରେ ପକାଇ ଦିଆଯାଇଛି ବୋଲି ସଭାପତି କହିଛନ୍ତି ।

ଶିଶୁଟିର ଗାଲରେ କଟା ଦାଗ ରହିଛି ଆଖି ନଷ୍ଟ ହୋଇଯାଇଛି । ଓଡିଶାରେ ଏମିତି ଅଘଟଣ ପ୍ରତ୍ୟେକ ଦିନ ଘଟୁଛି । କିନ୍ତୁ ପୋଲିସର ନିଷ୍କ୍ରିୟତା ପାଇଁ ଘଟଣା ସାମ୍ନାକୁ ଆସୁନାହିଁ ବୋଲି ସେ କହିଛନ୍ତି । ଯାହାକୁ ନେଇ 20ରୁ 24 ତାରିଖ ଯାଏ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଏକ ପଦଯାତ୍ରା ନୟାଗଡ ଯିବ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 16, 2020, 3:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.