ETV Bharat / city

Mamita murder case: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ BJP

ମମିତା ହତ୍ୟା ଘଟଣା ନେଇ ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା (Bjp yuva morcha)ର ସଭାପତି ଇରାଶିଷ ଆଚାର୍ଯ୍ୟ । ଅଧିକ ପଢନ୍ତୁ

Mamita murder case: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ BJP
Mamita murder case: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ BJP
author img

By

Published : Dec 2, 2021, 1:35 PM IST

ଭୁବନେଶ୍ବର: ମମିତା ହତ୍ୟା ଘଟଣା(Mamita murder case) କୁ ନେଇ ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ (Bjp pressmeet )ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା (Bjp yuva morcha)ର ସଭାପତି ଇରାଶିଷ ଆଚାର୍ଯ୍ୟ । ହଜାର ହଜାର ସଂଖ୍ୟାରେ ଯୁବକଙ୍କୁ ନେଇ ବିଧାନସଭା ଘେରାଉ କରିବ ବିଜେପି । ଯେ ପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ଗିରଫ ସହ ବହିଷ୍କାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି କହିଛନ୍ତି ସଭାପତି ଇରାଶିଷ ।

ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇଁ ବିଜେପି ଦାବି କରିଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣା ଗଣତନ୍ତ୍ର ରାଜ୍ୟରେ ଏକ ବିରଳ ଉଦାହରଣ । ପ୍ରଥମରୁ ରାଜ୍ୟ ସରକାର ଏବଂ ପୋଲିସ ବିଭାଗ ଦୋଷୀକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜି କଳାହାଣ୍ଡିର ସଭାରେ ଅପରାଧୀ ମନ୍ତ୍ରୀଙ୍କୁ ଷ୍ଟେଜରେ ବସାଇଛନ୍ତି । ବିରୋଧୀ ଆନ୍ଦୋଳନ କରିବା ସତ୍ୱେ ସରକାର ଗୃହ ରାଷ୍ଟ୍ରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.