ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଶିଶୁ, ନାବାଳିକା , ମହିଳା ସୁରକ୍ଷିତ ନୁହଁନ୍ତି । ଏହାର ପ୍ରତିବାଦରେ ବୁଧବାର ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯାଇଛି ।
ଶତାଧିକ ମହିଳା କର୍ମୀ ଓ ନେତ୍ରୀ ଫ୍ଲାଗ କାର୍ଡ ଧରି ନବୀନ ବାବୁ ଡାଉନ ଡାଉନ ସ୍ଲୋଗାନ ଦେବା ସହ ରାଜ୍ୟସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ରାଜ୍ୟରେ ମହିଳା, ଶିଶୁମାନଙ୍କ ପ୍ରତି ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ି ଚାଲିଛି । ବିଜେପିର ଅଭିଯୋଗ ରାଜ୍ୟରେ ପ୍ରତିଦିନ ୬ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଛନ୍ତି, ୪ ଜଣ ଅପହରଣର ଶିକାର ହେଉଛନ୍ତି । ସରକାର କେବଳ ଭୋଟ ଆଉ ଗାଦି ଲୋଭରେ ମାଡି ବସିଛନ୍ତି। ମହିଳାମାନଙ୍କ ପ୍ରତି ସରକାରଙ୍କ ଦୟା ନାହିଁ ।
ଗଣତନ୍ତ୍ରରେ ଜନତାଙ୍କୁ ନ୍ୟାୟ ଦେବା ପ୍ରତ୍ୟେକ ସରକାରର କାମ। ମହିଳାମାନଙ୍କୁ ସୁରକ୍ଷା ଦେବାକୁ ନବୀନ ବାବୁ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ତେଣୁ ତୁରନ୍ତ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂଘାର।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ